ଅଶାନ୍ତ ସମୁଦ୍ର ସ୍ଥଳମୁହାଁ ଯୋଗୁଁ : ୩ ପଞ୍ଚାୟତବାସୀ ଆତଙ୍କିତ 

ନିମାପଡ଼ା, (ସନ୍ତୋଷ ଦାଶ) :-ପ୍ରକୃତି ର ରୂପ ଯେତିକି ସୁନ୍ଦର ସେତିକି ଭୟଙ୍କର।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର କେଳୁଣି ମୁହାଁଣ ଠାରେ ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ବଙ୍ଗୋପସାଗର ସମୁଦ୍ର ରେ ମିଶିଛି । ଏହି ମୁହାଁଣ ପୋତି ହୋଇ ପଡୁ ଥିବାରୁ ପ୍ରତିବର୍ଷ ସ୍ଥାନୀୟ ଲୋକଙ୍କ ସହାୟତା ରେ ଖୋଳାଯାଇଥାଏ । ଲଘୁଚାପ ଓ ପୂର୍ଣ୍ଣିମା ତିଥି କାରଣରୁ ସମୁଦ୍ର ଏବେ ଅଶାନ୍ତ ହୋଇପଡ଼ିଛି । ଏହି କେଳୁଣୀ ମୁହାଁଣ ସମୁଦ୍ର ର ଉଚ୍ଚ ଜୁଆର ମାଡ଼ରେ ଆପେଆପେ ଖୋଲି ଯିବା କାରଣରୁ ଅଶାନ୍ତ ସମୁଦ୍ରର ବଡ଼ ବଡ଼ ଜୁଆର କୂଳ ଲଂଘି ସ୍ଥଳ ମୁହାଁ ହୋଇଛି । ଏବେ ସମୁଦ୍ର ର ଲୁଣା ଜୁଆର ବେଳାଭୁମି ର ଝାଉଁ ଜଙ୍ଗଲ କୁ ବୁଡାଇ ସୁନାମୀ ପ୍ରତିରୋଧକ ପଥର ବନ୍ଧ ରେ ମାଡ଼ ହେଉଛି । ସମୁଦ୍ର ର ଅଶାନ୍ତ ଭୟଙ୍କର ରୁପ ଦେଖି ସମୁଦ୍ର ତଟବର୍ତ୍ତି ଶିଶୁଅ, କୋରଣା, ଛୁରିଆନା ପ୍ରଭୃତି ୩ଟି ପଞ୍ଚାୟତ ର ୨୫ରୁ ଉର୍ଦ୍ଧ୍ବ ଗାଁ ର ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ସମୁଦ୍ର ଜୁଆର କୂଳ ଲଂଘି ସୁନାମୀ ବନ୍ଧ ରେ ମାଡ଼ ହେଉଥିବା ଖବର ପାଇ ବ୍ଲକ ପ୍ରଶାସନ, ଜଳସେଚନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏବେ ବର୍ଷା ଋତୁ ଆରମ୍ଭ ହୋଇଛି । ଆଗକୁ ଅଧିକ ଲଘୁଚାପ ସୃଷ୍ଟି ହେଲେ ସମୁଦ୍ର ଅଶାନ୍ତ ହୋଇପଡିବ । ସମୁଦ୍ର ର ଲୁଣାଜୁଆର ସିଧା ଆସି ଲୁଣା ବନ୍ଧ ରେ ମାଡ଼ ହୋଇ ବନ୍ଧ ର କ୍ଷତି ଘଟାଇବ । ଲୁଣା ବନ୍ଧ ରେ ଘାଇ ସୃଷ୍ଟି ହେଲେ ଅସ୍ତରଙ୍ଗ ବ୍ଲକ ର ୫ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବ। ଏଣୁ ଜଳସେଚନ ବିଭାଗ ପକ୍ଷରୁ ଲୁଣା ବନ୍ଧ ର ଦୁର୍ବଳ ସ୍ଥାନ ଚିହ୍ନଟ କରି ସେଠାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣ ରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ