ଉପସଭାପତି ଭାବେ କମଳିନୀ ନାୟକ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତିର କଂଗ୍ରେସ ସମର୍ଥୀତ ଉପସଭାପତି ପ୍ରାର୍ଥିନୀ କମଳିନୀ ନାୟକ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ବନ୍ତ ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବନେତା ଜ୍ୟୋତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ବୋର୍ଡ ସଭ୍ୟ ହୃଦାନନ୍ଦ ନାୟକ, ଜଳଧର ଜେନା, ମଦନ ମୋହନ ପାଢୀ, ପ୍ରକାଶ ନାୟକ, ସଭ୍ୟା କୌଶଲ୍ୟା ପାଣିଙ୍କ ସହଯୋଗରେ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ନିର୍ବାଚନ ବେଳେ ନାଏବ ସରପଞ୍ଚ ଅଜିତ୍ ସାହୁ, ସୂର୍ଯ୍ୟ ନାରାୟଣ ଜେନା, ଦିଲୀପ କୁମାର ଜେନା, ସନ୍ତୋଷ ସ୍ୱାଇଁ, ଅମରେଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ