ନବ ବିବାହିତ ମହିଳାଙ୍କ ମୃତ୍ୟୁ ମାମଲା ରେ ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ ଗୌତମୀ ପଞ୍ଚାୟତ ଏସ୍ .ଆମ୍ବଠା ଗ୍ରାମରେ ଗତ ରବିବାର ରାତିରେ ସନ୍ତୋଷିନୀ ନାୟକ ନାମ୍ନୀ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ମାମଲା ପରେ ଆଜି ପୋଲିସ ଅଭିଯୁକ୍ତ ସ୍ୱାମୀ ସୁଶାନ୍ତ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ପ୍ରକାରେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ସକୁନ୍ତଳାଙ୍କ ଝିଅ ମୃତ ସନ୍ତୋଷିନୀଙ୍କ ବାହାଘର ସାନଖେମୁଣ୍ଡି ବ୍ଲକ ଆମ୍ବଠା ଗ୍ରାମର ସୁଶାନ୍ତ ସହ ହୋଇଥିଲା । ବିବାହର ଅଳ୍ପ କିଛି ଦିନ ପରେ ସୁଶାନ୍ତ ସ୍ତ୍ରୀ ସନ୍ତୋଷିନୀଙ୍କୁ ନିର୍ଯ୍ୟାତନା ଦେବା ସହ ମାଡ଼ ମାରି ଆସୁଥିଲେ । ତେବେ ରବିବାର ରାତିରେ ସନ୍ତୋସିନିଙ୍କ ମୃତ୍ୟୁ ହୋଇଥିବା ଖବରପରେ ମାଆ ପାଟପୁର ଥାନାରେ ଜ୍ବାଇଁ ସୁଶାନ୍ତଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ ୨୩୪/୨୨ ପ୍ରକାରେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଠାରୁ ସୂଚନା ଦିଆଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ