ସମାଜ ସେବୀଙ୍କ ସ୍ମୃତିରେ ଖାଦ୍ୟ ବଣ୍ଟନ
କଟକ, (ଯୁଗାବ୍ଦ ନ୍ୟୁଜ) :-ଖାନନନଗର ଅଞ୍ଚଳର ବିଶିଷ୍ଟ ମୁରୁବୀ ତଥା ଶ୍ରୀ ଶ୍ରୀ ଗୋପାଳ ଜୀୟୁ ରାମ ଲୀଳା ସମିତିର ସଭାପତି ସନ୍ତୋଷ କୁମାର ସାହୁଙ୍କ ୬୨ବର୍ଷ ବୟସରେ ଶ୍ରୀ ଗୁଣ୍ଡିଚା ଦିନ ପରଲୋକ ଘଟିଥିଲା । ସେ ଦୀର୍ଘ ଦିନ ଧରି ବୃକକ୍ ଜନିତ ରୋଗରେ ପୀଡିତ ଥିଲେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସୂଚନା ଥାଉ ସ୍ୱର୍ଗତ ସନ୍ତୋଷ କୁମାର ସାହୁ ମିଷ୍ଟଭାଷୀ ପରୋପକାରୀ ମଣିଷ ଥିଲେ । ରାମ ଲୀଳା ପ୍ରଚାର ଓ ପ୍ରସାର ନିମନ୍ତେ ବେଶ୍ ଅବଦାନ ରହିଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ୪୨ମୌଜା ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ବଧିର ଉଚ୍ଚ ବିଦ୍ୟାଳୟରେରେ ଖାଦ୍ୟ ବଣ୍ଟନ କରାଯାଇଥିଲା । ପୁତ୍ର ରାକେଶ କୁମାର ସାହୁ , ରାଜ୍ କୁମାର ସାହୁ , ବିଭାସ କୁମାର, ସୁଧା ରଞ୍ଜନ ନାୟକ, ଶକ୍ତି ରଞ୍ଜନ ସ୍ୱାଇଁ, ଅମିତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ଅନୁଷ୍ଠାନର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।


