ରାଷ୍ଟ୍ରପତିଙ୍କ ବାସ ଭବନ ସମ୍ମୁଖରେ ବିଜୟ ଉତ୍ସବ ଓ ମିଷ୍ଟାନ୍ନ ବଣ୍ଟନ 

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଦେଶର ସର୍ବୋଚ୍ଚ ପଦ ଅର୍ଥାତ୍ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଅନୁଷ୍ଠିତ ହୋଇ ଶେଷ ହୋଇ ଶେଷରେ ଦେଶବାସୀ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ସହର ରାଇରଙ୍ଗପୁର ମାଟିର ମହୀୟସୀ ମହିଳା ଜଣେ ଓଡ଼ିଆ,ଜଣେ ଆଦିବାସୀ ମହିଳା, ଜଣେ ଉଚ୍ଚ ଶିକ୍ଷିତା, ଜଣେ ଶିକ୍ଷୟତ୍ରୀ, ଜଣେ ସମାଜସେବୀ, ଜଣେ ବିଶିଷ୍ଟ ନାରୀନେତ୍ରୀ, ଜଣେ ସଫଳ ରାଜନେତ୍ରୀ, ପୂର୍ବତନ ମନ୍ତ୍ରୀ, ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟିକା, ଝାଡ଼ଖଣ୍ଡ ରାଜ୍ୟର ଜଣେ ସଫଳ ରାଜ୍ୟପାଳ, ଜଣେ ସମାଜ ସଂସ୍କାରକ,ଜଣେ, ବିଦ୍ୱାନ, ବାଗ୍ମୀ ଓ ଆଧ୍ୟାତ୍ମିକବାଦୀ । ମୟୂରଭଞ୍ଜ ମାଟିର ସୁଯୋଗ୍ୟ କନ୍ୟା ପ୍ରଥମ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ଭାରତ ରାଷ୍ଟ୍ରର ପ୍ରଥମ ନାଗରିକ। ବିଜୟ ଲାଭ ପରେ ଶ୍ରୀମତୀ ମୁର୍ମୁଙ୍କ ପୈତୃକ ଗ୍ରାମ ଉପରବେଡା, ଶ୍ବଶୁର ଘର ଗାଁ ପାହାଡପୁର ଓ ରାଇରଙ୍ଗପୁର ସହର ମହୁଲଢିହା ଉତ୍ସବ ମୁଖର। ମୟୂରଭଞ୍ଜ ଆଦିବାସୀ ଝିଅ ର ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ସଜେଇ ହେଇଛି ରାଇରଙ୍ଗପୁର ତା ସହ ବିଭିନ୍ନ ସ୍ଥାନରେ ବଣ୍ଟା ହୋଇଛି ଲଡ଼ୁ । ଦ୍ରୌପଦୀଙ୍କ ରାଇରଙ୍ଗପୁର ସ୍ଥିତ ବାସଭବନ, ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଇଛି। ମୟୂରଭଞ୍ଜ ଆଦିବାସୀ ନୃତ୍ୟଗୀତ‌ରେ ସାରା ମୟୂରଭଞ୍ଜ ଦୁଲୁକୁଥିଲା । ଆଦିବାସୀ ନୃତ୍ୟ, ବାଣ ଓ ରୋଷଣୀରେ ଦୁଲୁକୁଛି ଶ୍ରୀମତୀ ଦ୍ରୌପଦୀଙ୍କ ମହୁଲଢିହା ବାସ ଭବନ ଓ ତାଙ୍କ ପୈତୃକ ଓ ଶଶୁର ଘର ଗାଁ । ଦଳମତ ନିର୍ବିଶେଷରେ ସମସ୍ତେ ଦୁଲମାଦଲ । ରାଇରଙ୍ଗପୁର ସହର ଆଜି ଉଠୁଛି ପଡୁଛି ।ଚାରିଆଡେ ଖୁସିର ମାହଲ ।ମହୁଲଢିହା ବାସ ଭବନରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ସଂଜୀବ ମହାନ୍ତି,ବାପି ଦାସ, ବିକାଶ ମହାନ୍ତ,ସରୋଜ ମହାନ୍ତ,ବିଜୟ ଲକ୍ଷ୍ମୀ ମହାନ୍ତି, ବିଜୁ ଗୋପାଲ ଗୋପ,ଅଶୋକ ମହାନ୍ତ କମଳାକାନ୍ତ ନାଏକ ,ଫାଗୁ ମାରାଣ୍ଡିଙ୍କ ସମେତ ବହୁ ଦଳୀୟ କର୍ମୀ, ସହରର ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ ।ପରେ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ