ପରିବେଶ ସୁରକ୍ଷା କୁ ଦୃଷ୍ଟି ରଖି ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :-ପରିବେଶର ସୁରକ୍ଷା କୁ ଦୃଷ୍ଟିରେ ରଖି ଛତ୍ରପୁର ରେ ଥିବା ୟୁରୋ ସ୍କୁଲ ପରିସରରେ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ଡିଏଫଓ (ବ୍ରହ୍ମପୁର) ଅମ୍ଲାନ ନାୟକ, ୟୁରୋ ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ର, ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ର, ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା, ବ୍ୟାଙ୍କ ଅଫ୍ ବରୋଦା ଛତ୍ରପୁର ଶାଖାର ସହ-ପରିଚାଳିକା ସମାପ୍ତି ପଣ୍ଡା, ଯୁବ ସମାଜସେବୀ ସୁଧିର କୁମାର ପଟ୍ଟନାୟକ,  ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛତ୍ରପୁର ବନ ଅଧିକାରୀ ଗିରିଷ ଚନ୍ଦ୍ର ରାୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଇବା ସହ ନିଜେ ନିଜେ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର, ସ୍ୱାଧିନ ସାହୁ, ଉମା ଶଙ୍କର ମିଶ୍ର, ଗୌରୀ ଶଙ୍କର ମିଶ୍ର ଙ୍କ ସମେତ ୟୁରୋ ସ୍କୁଲ କର୍ମଚାରୀ ମାନେ ସହ- ଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ