ଶିକ୍ଷା ଉପଦେଷ୍ଟା କମିଟି ପକ୍ଷରୁ ବିଦ୍ୟାଳୟ ପରିଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଶିକ୍ଷା ଉପଦେଷ୍ଟା କମିଟି ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରାଯାଇଛି । ସରପଞ୍ଚ ଶ୍ରୀମତୀ ଦେବଦାସୀ ଜେନାଙ୍କ ନେତୃତ୍ୱରେ କମିଟି ସଦସ୍ୟ ମାନେ ନେରଡ଼ା ନୋଡାଲ, ସୁବର୍ଣ୍ଣମୁଖି ନୋଡାଲ ହାଇସ୍କୁଲ, ପୁରିପଡା ହାଇସ୍କୁଲ ଓ ଆଖୁଆପଦା ୟୁଜିଏମଇ ସ୍କୁଲ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ଗୁଡିକରେ ପଠନ ଶୈଳୀ ଓ ମଧ୍ୟାହ୍ନ ଭୋଜନ ପରିଚାଳନା ବାବଦରେ କମିଟି ଅନୁଧ୍ୟାନ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ । ଯେଉଁଠି କିଛି ସମସ୍ୟା ରହିଛି ତାହାକୁ ଯଥାଶୀଘ୍ର ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ପ୍ରତିଶୃତି ଦେଇଛି। କମିଟି ସଭ୍ୟ ଶିକ୍ଷାବିତ ଅର୍ଜୁନ ଚରଣ ବରାଳ, ସୁରେନ୍ଦ୍ର ରାଉତ, ମୁକ୍ତିକାନ୍ତ ମହାନ୍ତି, ସୂର୍ଯ୍ୟମଣି ରାଉତ, ଅର୍ଜୁନ ଚରଣ ସାହୁ, କାଳନ୍ଦୀ ଚରଣ ମହାରଣା, ଧର୍ମାନନ୍ଦ ମିଶ୍ର, ଶରତ ଚନ୍ଦ୍ର ଜେନା, ଶତ୍ରୁଘନ ନାୟକ, ବସନ୍ତ କୁମାର ସାହୁ ପରିଦର୍ଶନରେ ସାମିଲ ହୋଇଥିଲେ ।


