ଦୃଷ୍ଟିବାଧିତ ଓଡ଼ିଶା କ୍ରିକେଟ ଟିମରେ ବାଲେଶ୍ୱରର ଦୁଇ ଛାତ୍ର ସାମିଲ
ବାଲେଶ୍ୱର, (ସରୋଜ ପଣ୍ଡା) :ପଡ଼ୁଚୋରୀରେ ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ତ୍ରିକୋଣୀୟ ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣମେଣ୍ଟରେ ଓଡ଼ିଶାର ୧୬ ଜଣିଆ ଟିମରେ ସ୍ଥାନ ପାଇଥିବା ୨ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରାଣୀପାଟଣା ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଛାତ୍ର ଅଞ୍ଜନ ସିଂ ଓ ଲାବଣ୍ୟ ପାତ୍ର । ଓଡ଼ିଶା ଦୃଷ୍ଟିବାଧିତ ଟିମରେ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ପ୍ରବନ୍ଧକ ଭାବେ ଯୋଗଦାନ କରିବେ । ବିଦ୍ୟାଳୟର ଦୁଇ ଛାତ୍ରଙ୍କ ସହ ଶ୍ରୀ ସ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ଯାତ୍ରା କରିବେ । ୨୬ ତାରିଖରୁ ପଡ଼ୁଚୋରୀରେ ଆରମ୍ଭ ହେଉଥିବା ତ୍ରିକେଣୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ ସମେତ କେରଳ ଓ ପଡ଼ୁଚେରୀର ଟିମ ଅଂଶଗ୍ରହଣ କରିବ ବୋଲି ଜଣାଯାଇଛି ।


