ବିଜେପି ର କାର୍ଯ୍ୟକାରିଣୀ ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଧନୁଆଁ ବିଜେପି ମଣ୍ଡଳ ର ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଅନ୍ତୁଆର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି ଜଚିନ୍ଦ୍ର ସ୍ଵାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ମଣ୍ଡଳ ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଭୋଇ ଆଗତ କରିଥିଲେ ।ଏହି ଚିଠା ପ୍ରସ୍ତାବରେ ୧୩ ଟି ରାଜନୈତିକ ପ୍ରସ୍ତାବ ରହିଛି ।ନିମାପଡ଼ା କୁ ସବ୍ ଡିଭିଜନ ମାନ୍ୟତା ,ନବ ନିର୍ମିତ ଧନୁଆ ବ୍ରିଜ ସମ୍ପୂର୍ଣ୍ଣ ଓ ଚଳାଚଳ କ୍ଷମ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବା ,ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲି କରିବା ପ୍ରଭୁତି ଉପରେ ଚିଠା ପ୍ରସ୍ତୃତି କରାଯାଇଥିଲା । ଏହି ଚିଠା ପ୍ରସ୍ତାବ କୁ ହରମୋହନ ସାମନ୍ତରାୟ, ଅନ୍ତୁଆର ସମିତି ସଭ୍ୟା ସବିତା ମଲ୍ଲିକ, ସରପଞ୍ଚ ମାନସୀ ସେଠି, ଅଜୟ କୁମାର ବେହେରା, ସୁମନ୍ତ ସ୍ଵାଇଁ, ଧନଞ୍ଜୟ ମହାପାତ୍ର ପ୍ରମୁଖ ସମର୍ଥନ କରିଥିବା ବେଳେ ବରିଷ୍ଠ ନେତା ବିଜୟ କୁମାର ପଣ୍ଡା ଏହାର ସଂକଳନ କରିଥିଲେ ।ମଣ୍ଡଳ ର ଉପସଭାପତି ଦିଲ୍ଲୀପ ପରିଡା ସ୍ୱାଗତ ଭାଷଣ ଦେଇଥିବାବେଳେ ବୈଠକ ରେ ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ସମସ୍ତ ବୁଥ ରେ ନୂତନ କମିଟି ଗଠନ ଓ ତୃଣ ମୂଳ ସ୍ତରରେ ଦଳ କୁ ମଜବୁତ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ଉପସ୍ଥିତ କର୍ମୀ ଙ୍କୁ ଆହ୍ବାନ ଦେଇଥିଲେ । ଆସନ୍ତା ଅଗଷ୍ଟ ୧୧ ରୁ ୧୫ ତାରିଖ ମଧ୍ୟରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ରେ ସମସ୍ତେ ସାମିଲ ହୋଇ ସାଧାରଣ ଲୋକ ମାନଙ୍କ ପାଖରେ ତାଙ୍କ ବାର୍ତ୍ତା ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ଅମୃତ ମହୋତ୍ସବ ରେ ସମସ୍ତ କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।କାର୍ଯ୍ୟକ୍ରମ ରେ ଅନ୍ତୁଆର ପଂଚାୟତ ର ସଭାପତି ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକ ରେ ସମସ୍ତ ବୁଥ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ, ମଣ୍ଡଳ ପଦାଧିକାରୀ, ନିର୍ବାଚିତ ପ୍ରତିନିଧିମାନେ ଓ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।


