ମେଳାପୀ ଯୁବକଙ୍କ ଅକାଳ ବିୟୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ପଞ୍ଚାୟତ ଚନ୍ଦ୍ରଭାନୁପୁର ଗ୍ରାମର ମେଳାପୀ ଯୁବକ ଦିନେଶ କୁମାର ଚନ୍ଦ(ବାପି)ଙ୍କର ଅକାଳ ବିୟୋଗ ଘଟିଛି । ଗତ ପାଞ୍ଚ ସାତ ଦିନ ପୂର୍ବରୁ ବାପି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ମେଡିକାଲ ପଠାଯାଇଥିବା ବେଳେ ଆଜି ସକାଳ ପ୍ରାୟ୯ଟା ବେଳେ ସେ ମୃତ୍ୟୁ ବରଣ କରିଥିଲେ। ଖବର ପ୍ରଚାରିତ ହେବା ପରେ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସେ ଜଣେ ମେଳାପୀ ଓ ପରୋପକାରୀ ଯୁବକ ଭାବେ ବେଶ ଜଣାଶୁଣା ଥିଲେ। ମୃତ ଶରୀର ଗାଁରେ ପହଁଚିବା ପରେ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିଥିଲେ। ପ୍ରାର୍ଥିବ ଶରୀରକୁ ଭଣ୍ଡାରିପୋଖରୀ ବଜାର ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି। ମୃତ୍ୟୁ ଖବର ପାଇ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ବିଜେଡି ମହିଳା ସମ୍ପାଦିକା ସୁଜାତା ଜେନା, ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲ, ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ରାଉତ, ସରପଞ୍ଚ ସୁମତି ସାହୁ, ବର୍ଷାରାଣୀ ଜେନା, ସମିତିସଭ୍ୟ ବିଷ୍ଣୁ ଚରଣ ଦାସ, ପ୍ରାକ୍ତନ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ସତ୍ୟାନନ୍ଦ ମହାପାତ୍ର, ଦେବେନ୍ଦ୍ର ଦାସ, ଲକ୍ଷ୍ମୀକାନ୍ତ ସାହୁ, ହେମନ୍ତ ଜେନା ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ