ଜନବସତିରେ ୫-ଜି ଟାୱାର ପ୍ରତିଷ୍ଠାକୁ ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା) :ଜନବସତି ମଧ୍ୟରେ ମୋବାଇଲ ଟାୱାର ପ୍ରତିଷ୍ଠାକୁ ବିରୋଧ କରି ତେଲେଙ୍ଗାସାହି ଅଞ୍ଚଳର ମହିଳାମାନେ ମଙ୍ଗଳବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ତେଲେଙ୍ଗାସାହିରେ ଜନୈକ ଶିକ୍ଷୟିତ୍ରୀ ଜବରଦଖଲରେ ରଖିଥିବା ସରକାରୀ ଜାଗାରେ ଘର କରିିଥିବା ବେଳେ ଖର୍ଦ୍ଦି କରିଥିବା ଜମିରେ ୫-ଜି ଜିଓ ଟାୱାର ସ୍ଥାପନ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ତେବେ ୫-ଜି ଟାୱାର ବିକରଣ କରୁଥିବା ଉଚ୍ଚ ରେଡ଼ିୟସନ ଯୁକ୍ତ ରଶ୍ମିର ପ୍ରଭାବ ପଶୁପକ୍ଷୀ ତଥା ମଣିଷ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିବା ବେଳେ ଏହାକୁ ଜନବସତି ଅଞ୍ଚଳରେ ସ୍ଥାପନ ନ କରିବାକୁ ସେମାନେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କହିଥିଲେ । ଏମିତିକିି ଟାୱାର ସ୍ଥାପନ ପାଇଁ ସ୍ଥାନୀୟ ବାସିନ୍ଦା ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ନିବେଦନ କରିବା ସତ୍ତ୍ୱେ କମ୍ପାନୀକୁ କହି ସେ ଜବରଦସ୍ତ ନିର୍ମାଣ ଚଳାଇଥିବା ମହିଳାମାନେ ଆରୋପ କରିଛନ୍ତି । ତୁରନ୍ତ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଧାରଣାରେ ବସିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଶ୍ୟାମଳୀ ସାହା, ମଧୁମିତା ହୋତା, ରୀତା ରାଓ, ୱାଇ ବେବି ରାଓ, ମୀନା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।


