ପଞ୍ଚାୟତ ସଧାରଣ ବୈଠକ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବିଷ୍ଣୁପୁର ପଞ୍ଚାୟତ କାର୍ୟ୍ୟାଳୟରେ ସରପଞ୍ଚ ଅମୂଲ୍ୟ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର ରାଉତ ଉପସ୍ଥିତ ରହି ପଞ୍ଚାୟତ ଆୟ ବ୍ୟୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ବାବଦରେ ସମସ୍ତଙ୍କୁ ଅବଗତ କରିଥିଲେ। ବିଶେଷ କରି ଏନଆରଇଜିଏସ, ପୋଖରୀ ନିଲାମ,ରାସ୍ତା ନିର୍ମାଣ, ହରିଶ୍ଚନ୍ଦ୍ର ଯୋଜନା, ପାନୀୟ ଜଳ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ସମିତିସଭ୍ୟା ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ସମାଜସେବୀ ବିଜୟ ଖିଲାର, ଅଜିତ ଦାସ, ନାଏବ ସରପଞ୍ଚ ରେବତୀ ପଣ୍ଡା, ୱାର୍ଡ ସଭ୍ୟା ସୀମା ସିଂ, ତୁଳସୀ ସେଠୀ, ବିଷ୍ଣୁପ୍ରିୟା ସାହୁ, ଅତୁଲ୍ୟ ସାମଲ, ସଂନ୍ତୋଷ ପାଣି, ଚନ୍ଦ୍ରମଣି ଜେନା, ରଶ୍ମିବାଳା ମହାରଣା, ମାନସୀ ବେହେରା, ଦିବ୍ୟରଞ୍ଜନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଜିଆରଏସ ମାନସ ସାମଲ ଧନ୍ୟବାଦ ଦେଇଥିଲେ। ସେହିଭଳି ବୟାବନାପୁର ପଞ୍ଚାୟତ ଠାରେ ସରପଞ୍ଚ ସୁମତି ସାହୁଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।


