ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା କୁ ବିରୋଧ କରି ଗ୍ରାମାଚଂଳ ଏସ୍ପିଙ୍କୁ ସ୍ମାରକପତ୍ର
କଟକ, (ଦୀପକ୍ କୁମାର ବେଉରା):ନେମାଳରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଂଘ ୟୁଜେଏ କଟକ ଜିଲ୍ଲା ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ ଦାବି କରି କଟକ ଗ୍ରାମାଚଂଳ ଏସ୍ପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏସ୍ପି ଯୁଗଳ କିଶୋରଙ୍କୁ ଭେଟକରି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ନେମାଳ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ । ତୁରନ୍ତ ଆକ୍ରମଣକାରୀମାନଙ୍କୁ ଗିରଫ କରାନଗଲେ ସଂଘ ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଥିଲା ।ଏଠାରେ ସୂଚନା ଯୋଗ୍ୟ ଗତ ୨୨ତାରିଖରେ ନେମାଳର କାର୍ୟ୍ୟରତ ସାମ୍ବାଦିକ ରତ୍ନାର ବାରିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ୨ଜଣଙ୍କ ମଧ୍ୟରୁ ଜଣେ ଅଂଚଳର ଜଣାଶୁଣା ବାଲି ମାଫିଆ । ଏଥିପୂର୍ବରୁ ସେହି ଯୁବକ ଜଣକ ଅନ୍ୟଜଣେ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ନେମାଳ ପୁଲିସ ତାପ୍ରତି କୋହଳ ମନୋଭାବ ପୋଷଣ କରିବାରୁ ସେ ପୁଣି ଏଭଳି କାଣ୍ଡର ପୁନରାବୃତି କରିବାକୁ ସକ୍ଷମ ହୋଇଛି । ଏହା ବିରୋଧରେ ନିଶ୍ଚିତକୋଇଲି, ମାହାଙ୍ଗା, ନେମାଳ ଓ ସାଲେପୁର ଅଂଚଳର ସାମ୍ବାଦିକମାନେ ଆସନ୍ତା ଅଗଷ୍ଟ ୨ତାରିଖରେ ନେମାଳ ଥାନା ଘେରାଉ ଡାକରା ଦେଇଛନ୍ତି ।
ଏହି ଘେରାଉ କାର୍ୟ୍ୟକ୍ରମକୁ ଉତ୍କଳ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖା ପକ୍ଷରୁ ସମର୍ଥନ ଘୋଷଣା କରିଛନ୍ତି କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ । ଏଥିରେ ସାରା ଜିଲ୍ଲାର ସାମ୍ବାଦିକମାନେ ସାମିଲ ହେବେ ବୋଲି କୁହାଯାଇଛି । ଗ୍ରାମାଚଂଳ ଏସ୍ପିଙ୍କୁ ଭୋଟକରିବାକୁ ଯାଇଥିବା ପ୍ରତିନିଧିମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବିଭୁତି ଭୂଷଣ ଖଟୁଆ, ପ୍ରିତିରଂଜନ ବେହେରା, ସ୍ୱାଧୀନ ଦାସ, ଜ୍ଞାନ ରଂଜନ ସାହାଣୀ, ସଂଜିବ ତିୱାରୀ, ଶିବବ୍ରତ ଦାସ, ଦିପକ ବେଉରା, ମନୋଜ ଦାସ, କୁନା ନାୟକ ରାଜେଶ ନାୟକ, ଏମ୍ ନବୀନ, ପରିକ୍ଷିତ ଲେଙ୍କା, ସୁଶାନ୍ତ ସାହୁ, ନୃସିଂହ ରାଉତ, ପ୍ରଦୀପ ସାହୁ, ପ୍ରଭାତ ସ୍ୱାଇଁ, ରାଜେଶ ନାୟକ, ସୁରେଶ ମହାନ୍ତି, ମନୋ ଦାସ, ରମେଶ ମାହାଳିକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।


