ସଂଗ୍ରାମ ଜେନାଙ୍କ ୪୫ତମ ଜନ୍ମ ଜୟନ୍ତୀ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) : ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଦିବଂଗତ ପୁର୍ବତନ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ୪୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପୁର୍ବତନ ଛାତ୍ର ସଂସଦ ଓ ସଂଗ୍ରାମ ସେନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଯୁବନେତା ଲାଲା ସ୍ୱାଇଁ, ଚିତ୍ତ ରଞ୍ଜନ ପାତ୍ର, ଚିନ୍ମୟ ନାୟକ, ମାନସ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ÷ର୍ପଣ କରିବା ସହିତ ତାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ ଜଣେ ନିର୍ଭିକ, ଷ୍ପଷ୍ଟବାଦୀ ନେତା ଥିଲେ ବୋଲି ଅତିତବମାନେ ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ସତ୍ୟବ୍ରତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗଦାନନ୍ଦ ଜେନା, ସୌମ୍ୟ ରଞ୍ଜନ ପହି, ବିଭୁତ ବେହେରା, ଦେବାଶିଷ ନାୟକ, ଅମର ଜେନା, ଦିଲ୍ଲିପ ଜେନା, ସୌରଭ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କଲେଜର ସମସ୍ତ ଛାତ୍ରଛାତ୍ରୀ ମାନେ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ କଲେଜ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ