ଛାତ୍ରଙ୍କ ଦ୍ୱାରା ଅଣ୍ଡାପେଟି ବୁହାଇଲେ ଶିକ୍ଷକ

ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଶାଳଣିଆଁ ହାଇସ୍କୁଲ ଓ ୟୁପି ସ୍କୁଲରେ ଆଜି ଚାରିଜଣ ଛାତ୍ର ଅଣ୍ଡାପେଟି ବୋହିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନ ପାଇଁ ଅଣ୍ଡା ଯାଇଥିବାବେଳେ ଅଣ୍ଡା ଗାଡିଟି ରାସ୍ତା ନିକଟରେ ରହିଥିଲା । ଉଭୟ ସ୍କୁଲର ପ୍ରଧାନ ଶିକ୍ଷକ ଚାରିଜଣ ଛାତ୍ରଙ୍କୁ ଅଣ୍ଡା ପେଟି ବୋହି ନେବାପାଇଁ ପଠାଇଥିଲେ । ଏହି ସମୟରେ ଏବିଇଓ ସୁରଥ କୁମାର ସାହୁ ପହଞ୍ଚି ପିଲାମାନେ ଅଣ୍ଡା ପେଟି ବୋହୁଥିବା ଦେଖି ଶିକ୍ଷାଦାନ ସମୟରେ ଛୋଟ ଶିଶୁ ମାନଙ୍କ ଦ୍ୱାରା କାହିଁକି ଅଣ୍ଡା ପେଟି ବୁହାଉଛନ୍ତି ବୋଲି ସି.ଆର.ସି.ସି ତଥା ପ୍ରଧାନ ଶିକ୍ଷକଙ୍କୁ ଏହାର କାରଣ କଣ ବୋଲି ପଚାରିଥିଲେ । ସେମାନେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବା ଏବିଇଓ କହିଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏପରି କଠିନ କାମ କରାଇବା କେତେଦୁର ଯଥାର୍ଥ ତାହାକୁ ନେଇ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ