ଜନତା ବିଜ୍ଞାନ ମହା ବିଦ୍ୟାଳୟରେ ଆଜାଦି କା ଅମୃତ ମହୋତ୍ସବ ପାଳିତ

କୋଦଳା, (ଗୁଲସନ କୁମାର କର):ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘ଆଜାଦିକା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ଦେଶରେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜନତା ବିଜ୍ଞାନ ମହା ବିଦ୍ୟାଳୟ ଠାରେ ଅଧ୍ଯକ୍ଷ ଅଭିମନ୍ୟୁ ସ୍ବାଇଁଙ୍କ ତତ୍ବାବଧାନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଂଯୋଜକ ନାରାୟଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାହୁ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ଯାପକ ପ୍ରବୀଣ ଖାଡ଼ଙ୍ଗା କବିତା ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପିକା ସଂଗୀତା ସାହୁ ଇଂରାଜୀ ବକ୍ତବ୍ୟ ରଖିଥିବା ବେଳେ ସମସ୍ତ ବକ୍ତା ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାପୁରୁଷଙ୍କ ସ୍ବତନ୍ତ୍ରତା ଓ ଇତିହାସର ଗାଥାକୁ ମନେ ପକାଇଥିଲେ। ସମସ୍ତ ଅଧ୍ଯାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ