ବଜ୍ରପାତ ରେ ଚାଷୀ ଙ୍କ ମୃତ୍ୟୁ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡାବ୍ଲକ ବାହାରେଣା ପଞ୍ଚାୟତ ଅଟେଇହୁଡ଼ା ଗ୍ରାମ ର ଚାଷୀ ବ୍ରଜ କିଶୋର ବିଶ୍ବାଳ (୫୪) ଙ୍କ ର ବଜ୍ରପାତ ରେ ମୃତ୍ୟୁ ଘଟିଛି। ସେ ବୁଧବାର ଦିନ ନିଜ ଚାଷ ଜମି ରେ ଧାନ ବୁଣୁଥିବାବେଳେ ହଟାତ ବର୍ଷା ହେବା ସହିତ ଘଡଘଡି ମାରିଥିଲା। ସେଠାରେ ବଜ୍ରପାତ ହେବାରୁ ବ୍ରଜ ଚାଷ ଜମି ରେ ଟଳି ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ପରିବାର ଲୋକ ମାନେ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପୁଅ
ପୋଲିସ ରେ ଅଭିଯୋଗ କରିବା ପରେ ଚାରିଛକ ଫାଣ୍ଡି ପୋଲିସ ବ୍ରଜ ଙ୍କ ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବ୍ରଜ ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କ ପରିବାର କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


