ମହାନଦୀ ର ହୀରାକୁଦ ଡ୍ୟାମ
ନିମାପଡା, (ସନ୍ତୋଷ ଦାଶ):ଆମ ରାଜ୍ୟ ର ସମ୍ବଲପୁର ଜିଲ୍ଲା ହୀରାକୁଦ ଠାରେ ଓଡିଶା ର ଜୀବନ ରେଖା କୁହାଯାଉଥିବା ମହାନଦୀରେ ତିଆରି ହୋଇଛି ଏକ ଡ୍ୟାମ ଯାହା ହୀରାକୁଦ ଜଳଭଣ୍ଡାର ବା ଡ଼୍ୟାମ ନାମରେ ପରିଚିତ।ଏହା ହେଉଛି ଏସିଆ ମହାଦେଶ ର ସବୁଠାରୁ ବଡ଼ ଡ୍ୟାମ । ଏଠାରେ ୧୯୩୬ମସିହାରେ ବିସମେଶ୍ଵରୀୟମ ନାମକ ଏକ ବରିଷ୍ଠ ଯନ୍ତ୍ରୀ ଏକ ଡ୍ୟାମ କରିବାପାଇଁ ଯୋଜନା କରିଥିଲେ l ଆଉ ତାହାକୁ ୧୯୪୫ ମସିହାରେ ବାବା ସାହେବ ଆମ୍ବେଦକର ମୋହର ମାରିଥିଲେ l କାର୍ଯ୍ୟ ଆରମ୍ଭ ହୋଇଥିଲା ୧୯୪୬ ମସିହାରେ ଆଉ ସମାପ୍ତ ହୋଇଥିଲା ୧୯୫୭ ମସିହା ରେ l ଏହା କୁ ଜବାହାରଲାଲ ନେହୁର ଉଦ୍ଘାଟନ କରିଥିଲେ l ଏଥିପାଇଁ ୩୦୦ ରୁ ଉର୍ଦ୍ଧ ଗ୍ରାମ କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା l ଏହା ଦୁଇଟି ବିଶାଳକାୟ ପାହାଡ଼ ମଝିରେ ନିର୍ମାଣ କରାଯାଇଛି l ଏହାର ଲମ୍ବ ୨୫କିଲୋମିଟର ଓ ଉଚ୍ଚତା ୨୦୦ ପୁଟ ।ଏଥିପାଇଁ ବ୍ୟବହାର ହୋଇଥିବା ବାଲି, ଗୋଡି, ରଡ଼ , ସିମେଣ୍ଟ କୁ ଯଦି ଏକ ରାସ୍ତା ରେ ପରିଣତ କରାଯାଇଥାନ୍ତା ତେବେ ଏହି ରାସ୍ତା କାଶ୍ମିର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୧୦ ପୁଟ ଓସାର ର ଏକ ବୃହତ ରାସ୍ତା ନିର୍ମାଣ ହୋଇପାରିଥାନ୍ତା ବୋଲି କୁହାଯାଏ l ଏଥିରେ ୬୪ଟି ସ୍ଲୁଇସ୍ ଗେଟ ଓ ୩୪ ଟି ଷ୍ଟ୍ରିଟ ଗେଟ ରହିଛି l ଏହାର ଉଭୟ ପାର୍ଶ୍ୱ ରେ ଦୁଇଟି ବୃହତକାୟ ଟାୱାର ରହିଛି ଗୋଟାକର ନାମ ହେଲା ନେହେରୁ ମୀନାର ଅନ୍ୟଟି ହେଲା ଗାନ୍ଧୀ ମୀନାର l ଏଥିରୁ ୩୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥାଏ l ଏହା ଯଦି କୌଣସି କାରଣବଶତଃ ଭାଙ୍ଗିଯାଏ ତେବେ ସମ୍ବଲପୁର, କଟକ, ଭୁବନେଶ୍ୱର ଓ ମହାନଦୀ ସହିତ ଯେତେ ଟା ନଦୀ ମିଶ୍ରଣ ହୋଇଛି ତାର କୌଣସି ଚି଼ହ୍ନ ବର୍ଣ୍ଣ ରହିବ ନାହିଁ l ୧୯୮୦ ମସିହା ରେ ଏହି ଡ୍ଯାମ୍ ର ସର୍ବାଧିକ ୮୮ ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।୧୯୬୧ ମସିହା ରେ ୭୮ଟି ଗେଟ,୨୦୦୧ ମସିହା ରେ ୫୨ଟି ଗେଟ,୨୦୦୩ ମସିହା ରେ ୫୪ ଟି ଗେଟ,୨୦୦୮ ମସିହା ରେ ୪୮ ଟି ଗେଟ,୨୦୧୧ ମସିହା ରେ ୫୯ ଟି ଗେଟ,୨୦୧୪ ମସିହା ରେ ୫୦ଟି ଗେଟ,୨୦୨୦ ମସିହା ରେ ୪୬ଟି ଗେଟ, ଚଳିତ ୨୦୨୨ ମସିହା ରେ ୪୦ ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଛି।


