୪କୁଇଣ୍ଟାଲ ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଏସପି ଜୟରାମ ଶତପଥିଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚରଣ ପାତ୍ରଙ୍କ ତତ୍ୱାବଧାନରେ ତିନି ଜଣ ଏସ ଆଇ ଓ ତାଙ୍କ ଟିମ୍ ମିଳିତ ଭାବେ ଡକରପଙ୍କା ନିକଟରେ ପେଟ୍ରଲିଙ୍ଗି କରୁଥିବା ବେଳେ କିରିଲିପାଯୁ ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ୧୫ରୁ ଉର୍ଦ୍ଧ ବସ୍ତା ରଖି ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ପୋଲିସକୁ ଦେଖି ଚମ୍ପଟ ମାରିଥିଲେ, ପୋଲିସ୍ ଯାଞ୍ଚ କରି ବସ୍ତାରେ ଗଞ୍ଜେଇ ଥିବା ଜାଣିବା ପରେ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ପଲାଇଙ୍କ ଉପସ୍ଥିତରେ ଓଜନ କରିବାରୁ ତାହା ୪କୁଇଣ୍ଟାଲ ୫ଶହ ଗ୍ରାମ ହୋଇଥଲା, ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଥାନା ପକ୍ଷରୁ ସୁଚନା ମେଳିଚି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ