ସାନଵନସ୍ତାରେ ଚୋରି, ପୋଲିସ ତଦନ୍ତ ଆରମ୍ଭ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ତେସିଗା ପଂଚାୟତ ସାନ ଵନସ୍ତା ଗାଁ ରେ ଗତ ରବିବାର ରାତିରେ ସିରିଜ ଚୋରି ହୋଇଥିବା ଜଣାପଡିଛି। ଗାଁ ନିକଟ ଵୈତରଣୀ ନଦୀବନ୍ଧ ଉପରେ ଥିବା କିଛି ରାସନ ସାମଗ୍ରୀ ଦୋକାନରୁ ପ୍ରଥମେ ଦୁର୍ଵୃତ ମାନେ ଚୋରି କରିଥିଲେ।ଏହା ବ୍ୟତୀତ ଗାଁ ମଧ୍ୟରେ ଥିବା କିଛି ଦୋକାନରୁ ଚୋରି ହେଉଥିବା ବେଳେ ଲୋକେ ଜାଣିବାକୁ ପାଇଥିଲେ। ତତକ୍ଷଣାତ୍ ଗାଁ ଲୋକ ଉଠିପଡିବାରୁ ଚୋର ଚୋରି ସାମଗ୍ରୀ ରଖିଦେଇ ଦୌଡ଼ି ପଳାଇଥିଲେ।ଦୁର୍ଭାଗ୍ୟ ବଶତଃ ଜଣେ ନାଵାଳକ ଚୋର ଗାଁ ଲୋକଙ୍କ ହାବୁଡରେ ପଡିଥିଲା। ଖବର ପାଇ ପୋଲିସ ନାଵାଳକକୁ ନିଜ ହେପାଜତକୁ ଆଣି ଚୋରି ଵିଷୟରେ ତଦନ୍ତ ଆରମ୍ଭ କରିଛି।ଥାନା ପକ୍ଷରୁ ମଞ୍ଜୁରୀରୋଡ଼ ଆଖପାଖ ଅଞ୍ଚଳରେ ଏନେଇ ତନାଘନା ଆରମ୍ଭ ହୋଇଛି। ଉକ୍ତ ସିରିଜ ଚୋରିରେ ଏକ ଚୋର ଗ୍ୟାଙ୍ଗ ସାମିଲ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ