ସ୍କୁଲରେ ବାଜିବ ୱାଟର ବେଲ୍

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଜଳ ହିଁ ଜୀବନ । ସୁସ୍ଥ ରହିବା ନିମନ୍ତେ ଜଳ ନିତାନ୍ତ ଆବଶ୍ୟକ । ପ୍ରତୈକ ମନୁଷ୍ୟ ଶରୀରରେ ୬୦ ପ୍ରତିଶତ ଜଳର ଆବଶ୍ୟକତା ରହିଥିବା ବେଳେ ରକ୍ତରେ ୯୦ ପ୍ରତିଶତ ରହିଥାଏ । ନିୟମିତ ବ୍ୟବଧାନରେ ପାଣି ପିଇବା ଦ୍ୱାରା ଶରୀରର ଅଧାରୁ ଅଧିକ ରୋଗ ଭଲ ହୋଇଯାଇଥାଏ । ତେଣୁ ଗଂଜାମ ଜିଲ୍ଳାପାଳ ମନୁଷ୍ୟ ଶରୀରର ଜଳର ଆବଶ୍ୟକତା ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ବୁଝାଇବା ସହ ଏକ ପ୍ରଂଶସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ନଭେମ୍ବର ୨୫ ତାରିଖରୁ ପ୍ରତ୍ୟୈକ ସ୍କୁଲରେ ୧୧.୪୦,୧.୩୦,ଓ ୩.୧୫ ସମୟରେ ୱାଟର ବେଲ୍ ବାଜିବା ସହ ଶନିବାର ୮.୦୦,୯,୦୦ଓ ୧୦.୫୦ ସମୟରେ ସ୍କୁଲରେ ୱାଟର ବେଲ ବାଜିବ । ବେଲବାଜିବା ମାତ୍ତେ ଛାତ୍ରଛାତ୍ରୀ ମାନେ ଏକ କାଳୀନ ପାଣି ପିଇବେ । ସେମାନଙ୍କ ପାଇଁ ୫ ମିନିଟର ଜଳପାନ ବିରତି ରଖାଯିବ । ଏଥିସହ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଘରୁ ଆସିଲା ବେଳେ ଅଭିଭାବକ ମାନଙ୍କୁ ପାଣି ବୋତଲ ଯୋଗାଇଦେବା ନିମନ୍ତେ ଅନୁରୋଧ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ