ଗଞ୍ଜେଇ ସହ ସ୍କର୍ପିଓ ଗାଡ଼ି ଜବତ, ଜଣେ ଚାଲାଣକାରୀ ଗିରଫ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ରାଇକିଆ ଅବକାରୀ ସବ୍ ଇନ୍ସପେକ୍ଟର ଥିଳ ଓରାମ୍ ଓ ଏ.ଏସ୍.ଆଇ ଶାନ୍ତନୁ କୁମାର ପଟ୍ଟନାୟକ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ଟିମ୍ କୁ ଦେଖି ଏକ ସ୍କର୍ପିଓ ଗାଡ଼ି ନଂ.ଓଡି-୦୫-ଏମ-୫୦୬୬ ଟି ଦୃତ ଗତିରେ ଯିବାକୁ ଲାଗିଲା । ଗାଡ଼ିକୁ ପିଛା କରି ସିମନବାଡ଼ି ଛକ ନିକଟରେ ଗାଡ଼ିଟିକୁ କାବୁ କରିବାରେ ସକ୍ଷମ ହେଲା ଟିମ୍। ଗାଡ଼ି ଯାଞ୍ଚ୍ କରିବା ପରେ ୩୦ କେଜି ଗଞ୍ଜେଇ ସହ ଗାଡ଼ିକୁ ଜବତ କରିଛି ଅବକାରୀ ବିଭାଗ । ହେଲେ ଘଟଣାସ୍ଥଳରୁ କିଛି ମାଫିଆ ଚମ୍ପଟ ମାରିଥିବା ବେଳେ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲାର ରାଜେନ୍ଦ୍ର ପ୍ରଧାନ ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ