ଫାଷ୍ଟ ଫୁଡ୍ ଦୋକାନରୁ ଚୋରି 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ବନ୍ଥ ପଲ୍ଲୀ ଗ୍ରାମର ଏକ ଫାଷ୍ଟ ଫୁଡ୍ ଦୋକାନରୁ ବାସନକୁସନ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ଅଭିଯୁକ୍ତ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣକ ହେଲେ   ବନ୍ଥପଲ୍ଲୀ ଗ୍ରାମର ପେସାଦାର ଅପରାଧୀ ପପୁ ଓରଫ ହରେଶ ଲେଙ୍କା। ତାଙ୍କ ନାଁ ରେ ଦିଗପହଣ୍ଡି ଥାନା,ବ୍ରହ୍ମପୁର ସଦର ଥାନା ସମେତ ବିଭିନ୍ନ ଥାନାରେ ୨୦ ରୁ ଉର୍ଦ୍ଧ୍ବ ସଙ୍ଗୀନ ମାମଲା ଥିବା ଜଣାପଡିଛି।  ପୋଲିସ ହରେଶ ଙ୍କୁ ଶୁକ୍ରବାର ଗିରଫ କରି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୦୪/୨୨ ଦଫା – ୪୫୭/୩୮୦ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ବନ୍ଥପଲ୍ଲୀ ଗ୍ରାମର ମୁନା କୁମାର ଭୂୟାଁ ଗ୍ରାମର ବ୍ୟାଙ୍କ ନିକଟରେ ଏକ ଫାଷ୍ଟ ଫୁଡ୍ ଦୋକାନ କରି ପରିବାର ପରିପୋଷଣ କରନ୍ତି।ଗୁରୁବାର ରାତି ପ୍ରାୟ ୧୦ ଟା ରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।  ଦୋକାନ ଖୋଲିବା ପାଇଁ ସକାଳେ ସେ ଆସିବା ବେଳେ ଦୋକାନର ଗ୍ରିଲ ତାଲା ଭଙ୍ଗା ଯାଇଥିବା ସହ ଦୋକାନର ସମସ୍ତ ବାସନ କୁସନ ଗୁଡ଼ିକୁ କେହି ଚୋରି କରିଥିବା ଜାଣିବାକୁ ପାଇଥିଲେ। ମୁନା ଆଖ ପାଖ ରେ ଥିବା ଲୋକମାନଙ୍କୁ ଘଟଣା ଜଣାଇଥିଲେ।ଅଭିଯୁକ୍ତ ହରେଶ ଏକ ଅଟୋ ରେ ସମସ୍ତ ବାସନ କୁସନ ଗୁଡ଼ିକୁ ଏକ ଜରି ବସ୍ତା ରେ ଭର୍ତ୍ତି କରି ଗ୍ରାମ ନିକଟ ଖୁଣ୍ଟିଆ ପଲ୍ଲୀ ଛକ ରେ ଥିବା ଶୁଣିବାକୁ ପାଇଥିଲେ। ମୁନା ସେଠାରେ ପହଞ୍ଚି ହରେଶ ଙ୍କୁ ଚୋରି କଥା ଜଣାଇବା ସହ ଜରି ବସ୍ତା ଖୋଲିବାରୁ ସେଥିରେ ସମସ୍ତ ଚୋରି ସାମଗ୍ରୀ ଥିବା ଦେଖିଥିଲେ। ମୁନା ଗାଁ ଲୋକଙ୍କୁ ସମସ୍ତ ଘଟଣା ଜଣାଇବା ପରେ ଗାଁ ଲୋକେ ହରେଶ ଙ୍କୁ କାବୁ କରି ମାଡ଼ ମାରିବା ସହ ପୋଲିସ ର ଜିମା ଦେଇଥିଲେ। ପୋଲିସ ଚୋରି ସାମଗ୍ରୀ ଜବତ କରି ଫାଷ୍ଟ ଫୁଡ୍ ଦୋକାନ ମାଲିକ ମୁନା ଙ୍କୁ ଜିମା ଦେଇଛନ୍ତି। ହରେଶ ପୂର୍ବ ଯୋଜନା ପ୍ରକାରେ ଚୋରି କରିଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ