ସହାୟକ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ଅନୁଷ୍ଠାନ ‘ସହାୟକ’ ତରଫରୁ ବାଲିଆପାଳ ବ୍ଲକ୍‌ର ବନ୍ୟାକ୍ଳିଷ୍ଟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସୁବର୍ଣ୍ଣରେଖାର ଜଳସ୍ତର କ୍ରମଶଃ ହ୍ରାସ ହେଉଥିଲେ ମଧ୍ୟ, ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଥିବାରୁ ସେମାନଙ୍କ ଘରେ ଚୁଲି ଜଳୁନାହିଁ । ଏହି ପରିପ୍ରେକ୍ଷୀରେ ବାଲିଆପାଳ ବ୍ଲକ୍‌ର ବାଲିଆପାଳ, ଶଙ୍ଖମୁହଁ ଓ ଅଠାବାଟିଆ ଗ୍ରାମର ଅଧିବାସୀମାନଙ୍କୁ‘ସହାୟକ’ର ସଭ୍ୟ ତଥା କର୍ମକର୍ତ୍ତାମାନେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରିଥିଲେ । ଏହି ମହତ୍ କାମରେ ପ୍ରଶାସନ ତରଫରୁ ବାଲିଆପାଳ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ହେମନ୍ତ ଦାସ ସହଯୋଗର ହାତ ବଢ଼ାଇଥିଲେ । ‘ସହାୟକ’ର ସଭ୍ୟ ଓ ସଭ୍ୟା ମୁଖ୍ୟତଃ ବିଜୟ କୁମାର ଦାସଅଧିକାରୀ, ଶଚୀନ୍ଦ୍ର ଦାସ, ଅଖିଳ କୁମାର ଦାସ, କେଶବ ଚନ୍ଦ୍ର ମହାନ୍ତି, ରବି ନାରାୟଣ ଭୋଳ, ଶେଖ୍ ଆଲ୍ଲାଉଦ୍ଦିନ୍ ଓ ସାବିତ୍ରୀ ଦାସ ସକ୍ରିୟ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ