ଜଳସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ ପଦୋନ୍ନତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତଙ୍କର ରେଙ୍ଗାଲି ଜଳ ସେଚନ ଡିଭିଜନର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପଦକୁ ପଦୋନ୍ନତି ହୋଇଛି । ତାଙ୍କ କାର୍ଯ୍ୟାଳୟର ସଦର ମହକୁମା ଚାରିବାଟିଆ,ଚୌଦ୍ୱାର ଠାରେ ରହିଛି । କେନ୍ଦ୍ରାପଡାରେ ତାଙ୍କ ସ୍ଥାନରେ ଇଂ ଉମେଶ ଚନ୍ଦ୍ର ସେଠୀ ଅଧିକ୍ଷଣ ଯନ୍ତ୍ରୀଭାବେ ଅବସ୍ଥାପିତ ହୋଇଛନ୍ତି ।


