ଅସ୍ତରଙ୍ଗ ଅଞ୍ଚଳ ହେବ ସବୁଜବଳୟ
ନିମାପଡ଼ା, (ସନ୍ତୋଷ ଦାଶ):ବିଜୁ ଜନତା ଦଳର ୨୫ ବର୍ଷର ପୂର୍ତ୍ତି ପାଳନ ଓ ବିଶ୍ୱ କ୍ରୀଡା ଦିବସ ପାଳନ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଅସ୍ତରଙ୍ଗ ବ୍ଲକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା,ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ଵାଧୀନ କୁମାର ନାୟକ , ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ଵାଇଁ, ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ,ଜିଲ୍ଲା ଛାତ୍ର ସଭାପତି ରାଜେଶ୍ ରଥ ଏବଂ ଦୁଇ ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ ଓ ବନିତା ବେହେରା, ବ୍ଲକ ବିଜେଡି ସଭାପତି କେଦାର ନାଥ ବିଶ୍ଵାଳ,ବ୍ଲକ ବିଜୁ ଯୁବ ଜନତା ସଭାପତି ପ୍ରଶାନ୍ତ ନାୟକ, ସାମାଜିକ ଗଣ ମାଧ୍ୟମ ପ୍ରତିନିଧି ରୁଦ୍ର ପ୍ରସାଦ ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ଵାଇଁ, ବିଜେଡି ନେତା ଋତୁରାଜ ରାଉତ,କୁଞ୍ଜ ବିହାରୀ ପ୍ରଧାନଙ୍କ ଉପସ୍ଥିତିରେ ଜୋନ ନଂ ୨ ଅନ୍ତର୍ଗତ ଆଳସାହି ପଞ୍ଚାୟତର ଅନନ୍ତା ଠାରୁ ଓଳିହାଁ ପର୍ଯ୍ୟନ୍ତ ବ୍ୟାପକ ବୃକ୍ଷରୋପଣ ଏବଂ ଜୋନ ନଂ ୧ ଅନ୍ତର୍ଗତ ଜନତା ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଆଗାମୀ ଦିନରେ ଅସ୍ତରଙ୍ଗ ଉପକୂଳ ଅଞ୍ଚଳକୁ ଏକ ସବୁଜ ବଳୟ କରାଯିବ। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଏକ ରକ୍ଷା କବଚ ସଦୃଶ ହେବ।ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗଙ୍ଗାଦେବୀ ଠାରେ ଇକୋ ରିଟ୍ରିଟି କରାଯିବ।ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ବିଜୁ ଜନତା ଦଳ,ଏବଂ ଯୁବ, ଛାତ୍ର ଜନତା ଦଳର କର୍ମୀ ଙ୍କ ସହ ୧୫ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟ କ୍ରମରେ ବହୁ ପରିବେଶବିତ ମାନେ ଯୋଗ ଦେଇଥିଲେ।ସ୍ଲୋଗାନ ଥିଲା ଗୋଟିଏ ବୃକ୍ଷ ଗୋଟିଏ ଜୀବନ।


