ଭୋଳବେଡା ଓ ମଧୁପୁର ରାସ୍ତା ମଝିରେ ଏକ ଘରୋହୀ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ ସ୍ଥିତ ଭୋଳବେଡା ଓ ମଧୁପୁର ଦେଇ ଯାଇଥିବା ୫୦ ନମ୍ଵର ରାଜ୍ୟ ରାଜପଥ ମଝିରେ ଝୁନା ନାମକ OD11E -୪୪୧୫ ନମ୍ବର ଯାତ୍ରୀବାହୀ ୪୦୭ ରାସ୍ତା କଡ଼କୁ ଓହ୍ଲାଇ ଯାଇ ଦୃର୍ଘଟଣାର ଶିକାର ହୋଇଅଛି।୪୦୭ ଟି ରାଇରଙ୍ଗପୁର ରୁ ନୂଆଁ ଗାଁ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ଥିବା ସୂଚନା ମିଳିଛି। କଣ୍ଡକ୍ଟର କହିବା ମୁତାବକ ଗାଡ଼ିର ଷ୍ଟିୟରିଙ୍ଗ ଅକାମୀ ହୋଇ ଯିବା ଫଳରେ ଡ୍ରାଇଭର ଗାଡ଼ିକୁ ସମ୍ଭାଳି ନପାରି ରାସ୍ତା କଡ଼କୁ ଓହ୍ଲାଇ ଦେଇଛନ୍ତି। ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ ।ଗାଡ଼ିରେ ଥିବା ଯାତ୍ରୀ ସହିତ ଗାଡ଼ିର ଡ଼୍ରାଇଭର, କଣ୍ଡକ୍ଟର ଓ ହେଲ୍ଫର କାହାର କୈାଣସି କ୍ଷୟକ୍ଷତି ହୋଇନଥିବା କଣ୍ଡକ୍ଟର ପ୍ରକାଶ କରିଛନ୍ତି।


