ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଦୁଇ ନମ୍ବର ଓ୍ବାର୍ଡ ବାଇଦାପୋଷୀ ଗ୍ରାମର ପୁରୁଣା ସାହିକୁ ପିଇବା ପାଣି ଠିକ୍ ସମୟରେ ପହଞ୍ଚି ପାରୁନାହିଁ ।ସବୁ ଓ୍ବାର୍ଡବାସୀ ଯେମିତି ପାଣି ପାଉଛନ୍ତି ଏଠି ସେମିତି ପାଉ ନାହାଁନ୍ତି ।ପାଣି ପାଇଁ ଆବାଳ ବୃଦ୍ଧ ବନିତା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।ସରକାର କହୁଛନ୍ତି ହର୍ ଘର୍ ଜଲ୍ ।ହେଲେ ଏଠାରେ ତାହା ଓଲଟା ଯୋଗୁଁ ଗ୍ରାମବାସୀ ଆଜି ଗରାମାଠିଆ ଧରି ଧାରଣାରେ ବସିଥିଲେ ।ପରେ ଜନସ୍ବାସ୍ଥ୍ୟ
ବିଭାଗ ତରଫରୁ ଶିଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବିପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ ।


