ଅରଖକୁଦ ଗ୍ରାମରେ ବୃଦ୍ଧି ପାଉଛି ଚୋରା ମଦ କାରବାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଂଚାୟତ ଅରଖକୁଦ ଗ୍ରାମରେ ଚୋରା ମଦ କାରବାର ବୃଦ୍ଧି ପାଉଛି । ଏସଂକ୍ରାନ୍ତରେ ପୋଲିସ ଓ ଅବକାରୀ ବିଭାଗ ଜାଣି ମଧ୍ୟ ଚୋରା ବେପାରୀଙ୍କୁ ନ ଧରିବାରୁ ଦିନକୁ ଦିନ ଏହି ଗ୍ରାମରେ ନିଶାଡିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉକ୍ତ ଗ୍ରାମରେ ଥିବା ମନ୍ଦିର ନିକଟରେ ପ୍ରତ୍ୟେହ ସଂଧ୍ୟାରେ ଜୈନିକ ମଦ ବେପାରୀ ଦେଶୀ ଓ ବିଦେଶୀ ମଦ ଆଣି ଖୁଲମଖୁଲା ବିକ୍ରି କରୁଛି । ଗ୍ରାମର ଯୁବ ଗୋଷ୍ଠୀ ଓ କିଛି ବ୍ୟକ୍ତି ନିକଟରେ ମଦ ମିଳୁଥିବାରୁ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ମଦ୍ୟପାନ କରିବା ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହେଉଥିବା ବେଳେ ଯୁବକମାନେ ବିପଥଗାମୀ ମଧ୍ୟ ହେଉଥିବା ଗ୍ରାମର କିଛି ବ୍ୟକ୍ତି ନାମ ଉହ୍ୟ ରଖି ପ୍ରକାଶ କରିଛନ୍ତି । ଖୁଲମଖୁଲା ମଦ ବିକ୍ରିକୁ ଗ୍ରାମର ଯେ କେହି ବିରୋଧ କଲେ ମଧ୍ୟ ମଦ ବେପାରୀ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଜଣାଯାଇଛି । ଗ୍ରାମାଂଚଳରେ ଏପରି ଖୁଲମଖୁଲା ମଦ ବିକ୍ରୀ ଯୋଗୁ ଝିଅ , ବୋହୁ ମାନେ କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ଅମଙ୍ଗ ହେଉଥିବା ଅଭିଯୋଗ ହେଉଛି । ଏସଂର୍ପକରେ ଅବକାରୀ ବିଭାଗର ଜଗତସିଂହପୁର ଜିଲ୍ଲା ଅଧିକ୍ଷକ ବୈଜୟନ୍ତୀ ପଣ୍ଡାଙ୍କୁ ପଚାରିବାରୁ ଏହା ଉପରେ ନଜର ଦିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ