ବରିଷ୍ଠ କଂଗ୍ରେସ ସଙ୍ଗଠକଙ୍କ ବିୟୋଗରେ ଶୋକସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ବର୍ଷିୟାନ କଂଗ୍ରେସ ସଙ୍ଗଠକ ତଥା ଟିଲୋ ସେବା ସମବାୟ ସମିତିର ସଭ୍ୟ ବାଇଧର ପାତ୍ରଙ୍କ ବିୟୋଗରେ ଟିଲୋ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଟିଲୋ ଶାସନ ଆଶ୍ରମ ଠାରେ ଆୟୋଜିତ ସଭାରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା ସଭାପତିତ୍ୱ କରିଥିଲେ । ଏଥିରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଦେବେନ୍ଦ୍ର ସାହୁ, ମୀନକେତନ ସ୍ୱାଇଁ, ନିତ୍ୟାନନ୍ଦ ବିଶ୍ୱାଳ, ଗଜେନ୍ଦ୍ର ସାହୁ, ଭିକାରୀ ବେହେରା, ମାଧବ ବିଶ୍ୱାଳ, ରମାକାନ୍ତ ପାଣିଗ୍ରାହୀ, ସୁଧାକର କୁଅଁର, ସୁକାନ୍ତ ସାହୁ, ଶ୍ରୀରାମ ଦାସ, ପ୍ରେମାନନ୍ଦ ଜେନା, ଗିରିଧାରୀ ଜେନା, କାହ୍ନୁ ଜେନା, ପର୍ଶୁରାମ ସାହୁ, ଖଗେଶ୍ୱର ବରାଳ, ନବଘନ ରାଜ, ଅଭିରାମ ରାଉତ, ବୁଲୁ ରାଉତ, ଗୌରାଙ୍ଗ ସେଠୀ, ଅନାମ ଜେନା, ବାବୁଲି ରାଜ, ପୀତବାସ ସାହୁଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ସ୍ୱର୍ଗତ ପାତ୍ର ଜଣେ ଅନୁଷ୍ଠାନପ୍ରେମୀ ଥିବା ବେଳେ ଟିଲୋ ବିଷୁବମେଳା ଓ ଗଡଚଣ୍ଡୀ ବିଦ୍ୟାଳୟ ଆରମ୍ଭ ସମୟରେ ଜଣେ ସକ୍ରୀୟ ସମର୍ଥକ ଥିଲେ ବୋଲି ଟିଲୋ ଆଥ୍‌ଲେଟିକ୍ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ କହିଛନ୍ତି । ସେହିପରି ଟିଲୋ କଂଗ୍ରେସ ଦଳ ଜଣେ ମାର୍ଗଦର୍ଶକଙ୍କୁ ହରାଇଲା ବୋଲି ସରପଞ୍ଚ ସଂଗ୍ରାମ ଜେନା ଓ ପଞ୍ଚାୟତ କଂଗ୍ରେସ ସଭାପତି ସୁଧାଂଶୁ ନାୟକ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପାତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ