ଟାଉନ ହାଇସ୍କୁରେ ସ୍ମାର୍ଟ କ୍ଲାସରୁମ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଏସଡିଏଫସି ବ୍ୟାଙ୍କ ସହାୟତାରେ ପ୍ରତିଷ୍ଠା ହୋଇଥିବା ଟାଉନ ହାଇସ୍କୁଲ ସ୍ମାର୍ଟ କ୍ଲାସରୁମର ଶୁଭ ଉଦଘାଟନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଏହି କ୍ଲାସରୁମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏଚଡିଏଫସି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନରେ ଏହା ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନମିତା ମହାପାତ୍ରଙ୍କ ପୌରୋହିତ୍ୟରେ ଅୟୋଜିତ କାର୍ଯ୍ୟକ୍ରମରେ ଏଚଡିଏଫସି ବ୍ୟାଙ୍କ କ୍ଲଷ୍ଟର ମୁଖ୍ୟ ଦେବବ୍ରତ ନାୟକ, ଶାଖା ପରିଚାଳକ ଅସିତ କୁମାର ରାୟ ଓ ସୁଜିତ କୁମାର ରାଉଳଙ୍କ ସମେତ ସ୍ଥାନୀୟ କାଉନସିଲର ଗୌରୀ ଦାଶ ଏବଂ ପଦ୍ମଲୋଚନ ଲେଙ୍କା, ବିଦ୍ୟାଳୟର ଆଲୁମିନି କର୍ମକର୍ତ୍ତା ଓ ସଦସ୍ୟ, ଏସଏମସି ସଦସ୍ୟ ସଦସ୍ୟା ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଶିକ୍ଷକ ଅକ୍ଷୟ କୁମାର ପାତ୍ର ଓ ଦାମୋଦର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ । ପୂର୍ବରୁ ୫-ଟି ରୂପାନ୍ତରୀଣ ଯୋଜନାରେ ବିଦ୍ୟାଳୟର ୪ ଗୋଟି ସ୍ମାର୍ଟ କ୍ଲାସରୁମ ସ୍ଥାପନ କରାଯାଇଥିବା ବେଳେ ଏଚଡିଏଫସି ବ୍ୟାଙ୍କ ସହଯୋଗରେ ଏହି ୫ମ ସ୍ମାର୍ଟ କ୍ଲାସରୁମ ପ୍ରତିଷ୍ଠା କରାଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଚନ୍ତି ।


