ଆସନ୍ତା ୧୮ରେ କେନ୍ଦ୍ରାପଡା ଶିବାନନ୍ଦ ଆଶ୍ରମରେ ଜିଲ୍ଲା ସ୍ତରୀୟ ଯୋଗ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଆସନ୍ତା ୧୮ତାରିଖ ରବିବାର ସକାଳ ୮ଟାରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଶ୍ରୀ ଶ୍ରୀ ଗୁରୁଦେବ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ । ଏହି ଯୋଗ ଶିବିର ଯୋଗଗୁରୁ ସଞ୍ଜୟ କୁମାର ମଥାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଏଥିରେ ରାଜ୍ୟ ତଥା ଜାତୀୟ ପ୍ରତିଯୋଗୀତା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଶିବିରରେ ପଦପଶ୍ଚମୋଉତ୍ତାସନ, ଚକ୍ରାସନ, ଶିର୍ଷାସନ ସମେତ ୫ଟି ଆସନ ସମ୍ପର୍କରେ ୮ରୁ ୧୧ବର୍ଷର ବାଳକ/ବାଳିକା, ୧୧ରୁ ୧୪ବର୍ଷର ବାଳକ/ବାଳିକା ଏବଂ ୧୪ରୁ ୧୮ବର୍ଷର ବାଳକ/ବାଳିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରତି ବିଭାଗରୁ ୫ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଠାରୁ ସୂଚନା ମିଳିଛି । ଆସନ୍ତା ୧୫ତାରିଖ ସୁଦ୍ଧା ମୋବାଇଲ ନମ୍ବର ୯୪୩୭୮୩୫୨୧୫, ୬୩୭୨୬୫୯୩୦, ୭୦୦୮୮୧୫୯୨୯ ଯୋଗେ ନାମ ପଞ୍ଜିକରଣ କରାଯିବାକୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ