ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଉର୍ଦ୍ଦୁ କବି ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସର୍ବଭାରତ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁସୟେରା) ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଉର୍ଦ୍ଦୁ ଭାଷା ସାହିତ୍ୟକୁ ରୁଦ୍ଧୀମନ୍ତ କରିବାରେ ଏହାର କବିତା, ଗଜଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉର୍ଦ୍ଦୁଭାଷା ସାହିତ୍ୟର ବିକାଶ ଦିଗରେ ରାଜ୍ୟ ସରକାର ନେଉଥିବା ଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସମାଜସେବୀ ସୟଦ ସଲିମ ରାଜା ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ସମ୍ପାଦକ ସୟଦ ମୁସିର ଆଲାମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମୁସୟେରା କାର୍ଯ୍ୟକ୍ରମରେ ରାଜ୍ର ତଥା ରାଜ୍ୟ ବାହାରୁ ୧୩ ଜଣ ଖ୍ୟାତନାମା କବିଙ୍କ ସମେତ ସ୍ଥାନୀୟ ବହୁ କବି ଏଥିରେ ଯୋଗଦେଇ ସ୍ୱରଚିତ କବିତା ସ୍ୱର ସହ ଗାନ କରଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ