ପୋଲସରାର ନବାଗତ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ପୂର୍ବତନ ତହସିଲଦାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପୋଲସରା. (ଅନିଲ କୁମାର ମହାରଣା):ପୋଲସରାର ନୂତନ ତହସିଲଦାର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବଦଳି ହୋଇଥିବା ତହସିଲଦାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୋଲସରାର ପୂର୍ବତନ ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କ ନିଶ୍ଚିତକୋଇଲି ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଗଜପତି ଜିଲ୍ଲା ଗୁମ୍ମାର ତହସିଲଦାର ଥିବା ଭାସ୍କର ଚନ୍ଦ୍ର ସାହୁ ପୋଲସରା ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏନେଇ କାର୍ଯ୍ୟାଳୟ ପରିସରରେ ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏକ ସ୍ବାଗତ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା, ପୋଲସରା ଅତିରିକ୍ତ ବିଡିଓ ଧର୍ମରାଜ ପରିଡ଼ା, ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉପଢୌକନ, ପୁଷ୍ପଗୁଛ ଦେଇ ନବାଗତ ତହସିଲଦାର ଭାସ୍କର ଚନ୍ଦ୍ର ସାହୁଙ୍କୁ ସ୍ବାଗତ କରିଥିଲେ। ନୂତନ ତହସିଲଦାର ଭାସ୍କର ଚନ୍ଦ୍ର ସାହୁ ପୋଲସରା ଜନସାଧାରଣଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ