ଏମକେସିଜି ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରକଳ୍ପକୁ ରଦ୍ଦ କଲେ କେନ୍ଦ୍ର ସରକାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ନେଇ ବହୁ ବାଦବିବାଦ ଭିତରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଗତ ଅଗଷ୍ଟ ମାସ ୧୮ ତାରିଖରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟକୁ ରିଜେକ୍ଟ କରିଛନ୍ତି। ବିଦ୍ୟାଳୟରେ କମ୍ ପିଲା ଓ ଷ୍ଟାଫ୍ ରହିଥିବା କାରଣରୁ ଏହି ପ୍ରକଳ୍ପଟିକୁ ସେ ରଦ୍ଧ କରିଦେଇଛନ୍ତି। ପୂର୍ବରୁ ବିଦ୍ୟାଳୟର ନକଲି ବାଇଲା, ସ୍କୁଲରେ କମ୍ ସଂଖ୍ୟକ ଛାତ୍ର ଛାତ୍ରୀ ରହୁଥିବା ବେଳେ ଅଧିକ ଛାତ୍ରଛାତ୍ରୀ ରହୁଥିବା ଦର୍ଶାଇ କେନ୍ଦ୍ରୀୟ ଅନୁଦାନ ହଡ଼ପ କରିବା, ଏମ୍ଆର୍ସିପିର ପରମିଶନ ନ ଥିବା , ହଷ୍ଟେଲ ଚାଉଳ ହଡ଼ପ କରିବା, କର୍ମଚାରୀ ମାନଙ୍କର ଦରମା ଟଙ୍କାକୁ ହଡ଼ପ କରିବା, ବିଦ୍ୟାଳୟର ସ୍ଥାୟୀ ଜମି ପଟ୍ଟା ନ ଥିବା ଇତ୍ୟାଦି ସୂଚନା ଅଧିକାର ସୂତ୍ରରୁ ଅଭିଯୋଗ ହୋଇଥିଲା ବେଳେ ଏ ନେଇ ମଧ୍ୟ ହାଇକୋର୍ଟରେ କେସ୍ ହୋଇ ତଦନ୍ତ ଚାଲୁରହିଛି। ଏହାକୁ ଭିତ୍ତିକରି ଭାରତ ସରକାରଙ୍କ ନ୍ୟାୟ ଓ ସଶକ୍ରିକରଣ ବିଭାଗ ଏହି ବିଦ୍ୟାଳୟକୁ ରଦ୍ଦ କରିଛି। ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


