ଆମ୍ ଆଦମୀ ପାର୍ଟି ,ଗଜପତି ଜିଲ୍ଳା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିନିପ୍ରସାଦ ପଣ୍ଡା):ଆମ୍ ଆଦମୀ ପାର୍ଟି ,ଗଜପତି ଜିଲ୍ଳା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଳା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆପ୍ ରାଜ୍ୟ ଉପସଭାପତି ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ଦାସ,ରାଜ୍ୟ କମିଟି ସଦସ୍ୟ ସୌମ୍ୟ ପ୍ରଧାନ,ଜିଲ୍ଲା କମିଟି ସଦସ୍ୟ ପାଇଲା ମୂରଲୀ କ୍ରିଷ୍ଣା ଉପସ୍ଥିତ ଥିଲେ।ଆସନ୍ତା ୧୭.୦୯.୨୨ ରିଖ ରେ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ୍ ଠାରେ ହେବାକୁ ଥିବା ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେବେ ବୋଲି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ସୁଚନା ଦେଇଥିଲେ । ରାଜ୍ୟ ନେତୃତ୍ୱ ଙ୍କ ତତ୍ତ୍ଵାବଧାନରେ ରେ ଜିଲ୍ଲାର ୭ ଟି ବ୍ଲକ ଗସ୍ତ କରି ତୃଣମୂଳ ସ୍ତରରେ ଦଳୀୟ ସଂଗଠନ କୁ ମଜବୁତ୍ କରିବାପାଇଁ ସାଧାରଣ ଲୋକଙ୍କ ସହ ଅଲୋଚନ କରାଯାଇଥିଲା । ରାଜ୍ୟ ଉପସଭାପତି ଶ୍ରୀ ଦୁର୍ଗାପ୍ରସାଦ ଦାସ, କୋୖଣସି ରାଜନୈତିକ ଦଳ ଓ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ଜିଲ୍ଲା ରେ ଥିବା ସମସ୍ୟା ସମାଧାନ କ୍ଷେତ୍ରରେ ଆନ୍ତରିକତା ନଥିବା କହିଥିଲେ । ଶ୍ରୀ ଦାସ ଗଜପତି ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ ସେବା,ଗମନା ଗମନ ବ୍ୟବସ୍ଥା,ରୋଜଗାର ପନ୍ଥା, ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ଥିବା କହିଥିଲେ। ସେହିପରି ଜିଲ୍ଲାରେ ବି.ଇ. ଡ଼ି ପ୍ରଶିକ୍ଷଣ କେନ୍ଦ୍ର,ମେଡିକାଲ କଲେଜ ପ୍ରତିଷ୍ଠା,କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ଜିଲ୍ଲା ସଂସ୍କୃତି ଭବନ ପ୍ରତିଷ୍ଠା,ଜଳ ସେଚନ ପାଇଁ ଉଦ୍ଦିଷ୍ଟ ସାଗର ଗୁଡ଼ିକର ପୁନରୁଦ୍ଧାର ଓ ଚାଷୀ ଙ୍କ ଧାନ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ଆଦି ଦାବି ଉପସ୍ଥାପନ କରିଥିଲେ । ସେହିପରି ଅରବିନ୍ଦ୍ କେଜ୍ରିୱାଲଙ୍କ ନେତୃତ୍ୱରେ ସାରାଦେଶରେ ଶିକ୍ଷା ସ୍ୱାସ୍ଥ୍ୟ,ବିଜୁଳି,ପାଣି ଓ ରୋଜଗାର ର ରାଜନୀତି ମୋଡେଲ ଆଦୃତ ହେବାରେ ଲାଗିଛି। ସାରା ଓଡିଶା ତଥା ଗଜପତି ଜିଲ୍ଲା ରେ ଆମ୍ ଆଦମୀ ପାର୍ଟି କୁ ବିକଳ୍ପ ଭାବେ ଛିଡା କରିବା ପ୍ରକ୍ରିୟା ଚାଲିଛି । ଏହି ଜିଲ୍ଲା ରେ କୃଷି,ପର୍ଯ୍ୟଟନ,ସଂସ୍କୃତି,ଐତିହ୍ୟ, କଳା କ୍ଷେତ୍ରରେ,ଅନେକ ସମ୍ଭାବନା ଥିବା ସତ୍ତ୍ୱେ , କୋୖଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିବା ଦୁର୍ଭାଗ୍ୟର କଥା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାବୁଲା ରଣା,ଲୋକନାଥ ଭୁକ୍ତା,ଲୋଗସ୍ ଦାସ୍ ବର୍ଦ୍ଧନ,ଉଦିତ୍ ଭୁୟାଁ ପ୍ରମୁଖ ଦଳୀୟ ସାଥୀ ଉପସ୍ଥିତ ଥିଲେ ।


