ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରଶିକ୍ଷଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ମିଶନ ଶକ୍ତି ପକ୍ଷରୁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ପାଇଁ କେଉଁଭଳି ଯୋଜନା ମାନ ପ୍ରଣୟନ କରାଯାଇ ପାରିବ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଶିବିରରେ ବିଡ଼ିଓ ଦେବଦତ୍ତ ଦାସ ଓ ମିଶନଶକ୍ତି ବ୍ଲକ ସଂଯୋଜକ ସୁବ୍ରତ ପଣ୍ଡା ଯୋଗଦେଇଥିଲେ। ମିଶନଶକ୍ତି ପକ୍ଷରୁ ବନିତା ଦଳେଇ, ସୀମାରାଣୀ ପଣ୍ଡା, କାଞ୍ଚନଵାଳା ମଲ୍ଲିକ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିରେ ବ୍ଲକ ଅଞ୍ଚଳର ସମସ୍ତ ଏମବିକେ ଓ କିଛି ସିଆରପି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ