ମହିଳାଙ୍କୁ ଅସଦାଚରଣ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ପେଣ୍ଡୁରାବାଡି ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ କରିବା ଏବଂ ମହିଳାଙ୍କୁ ସୁରକ୍ଷା ଦେବାକୁ ପହଞ୍ଚିଥିବା ତାଙ୍କ ପୁଅକୁ କାତିରେ ହାଣି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି।ସେ ହେଲେ ପେଣ୍ଡୁରାବାଡି ଗ୍ରାମର ଟୁନା ମହାନ୍ତି।ଶୁକ୍ରବାର ଦିଗପହଣ୍ଡି ଥାନା କେଶ୍ ନମ୍ବର ୩୧୯/୨୨ ପ୍ରକାରେ ଅଭିଯୁକ୍ତ ଟୁନାଙ୍କୁ ଜେଏମଏଫସି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୫ ତାରିଖ ଦିନ ଅଭିଯୋଗକାରୀ ଶଶି ପଣ୍ଡା ଓ ତାଙ୍କ ଝିଅ ଘର ବାରଣ୍ଡାରେ ବସି ବାର୍ତ୍ତାଳାପ କରୁଥିବା ବେଳେ ଅଭିଯୁକ୍ତ ଜଣକ ସେଠାରେ ପହଞ୍ଚି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା।ଏହାର ପ୍ରତିବାଦ କରିବାରୁ ସେ ଉଭୟ ମା ଏବଂ ଝିଅକୁ ଟଣାଓଟରା କରିବା ସହ ସେମାନଙ୍କୁ ରକ୍ଷା କରିବାକୁ ଆସିଥିବା ଜିତେନ୍ଦ୍ର ପଣ୍ଡାଙ୍କ ମୁଣ୍ଡକୁ କାତିରେ ହାଣି ରକ୍ତାକ୍ତ କରିଥିଲା।ଏହାପରେ ଜିତେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼  ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଖୋଦ ଶଶି ପଣ୍ଡା ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ