ତାଲୁକା ସଭାନେତ୍ରୀ ଭାବେ ଡି.ପ୍ରଜ୍ଞା ଆଚାରୀ ନିର୍ବାଚିତ

ବୁଗୁଡା, (ଅନିଲ କୁମାର ମହାରଣା):ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ବ ବ୍ରାହ୍ମଣ ସ୍ବର୍ଣ୍ଣକାର ସମାଜର ବାର୍ଷିକ ସମ୍ମିଳନୀ ବାଲିପଦର ଆଚାରୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ତରୀୟ ସମସ୍ତ କର୍ମକର୍ତ୍ତା ଓ ଗଞ୍ଜାମ ଜିଲ୍ଲାର ସବୁ ତାଲୁକାର କର୍ମକର୍ତ୍ତାଙ୍କ ଓ ସଦସ୍ୟଙ୍କ ଉପସ୍ଥିତିରେ ଘୁମୁସର ତାଲୁକା ମହିଳା ସଙ୍ଗଠନର ନିର୍ବାଚନ ହୋଇଥିଲା। ମହିଳା ସ୍ବର୍ଣ୍ଣକାର ଘୁମୁସର ତାଲୁକା ପାଇଁ ବାଲିପଦରର ଜଣାଶୁଣା ସମାଜସେବୀ ଡି.ପ୍ରଜ୍ଞା ଆଚାରୀ ମନୋନିତ ହୋଇଛନ୍ତି ।ଡି.ପ୍ରଜ୍ଞା ଆଚାରୀ ଜଣେ ସୁଲେଖିକା, ସୁଗୃହିଣୀ ସହ ଜଣେ ଜ୍ୟୋତିଷଶାସ୍ନ୍ର ବିଶାରଦ ଭାବେ ପରିଚିତ । ବାଲିପଦର ମହୋତ୍ସବ କମିଟି”, ବୁଗୁଡା “ବିକ୍ଷିପ୍ତା ସାହିତ୍ୟ ସଂସଦ ଓ “ଘୁମୁସର ର ସ୍ବର” ର ଜଣେ ସୁନାମଧନ୍ୟା ସଦସ୍ୟା ରହିଛନ୍ତି। ସେ ସ୍ବର୍ଣ୍ଣକାର ସମାଜ ମହିଳା ଶାଖାର ସଭାପତି ହେବାପରେ ମହିଳା ମାନଙ୍କ ଶିକ୍ଷା ଓ ସାମାଜିକ ବ୍ୟବସ୍ଥା ସୁଦୃଢ ହୋଇ ପାରିବ ବୋଲି ସମସ୍ତ ମହିଳା ଆଶାବାଦୀ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ