ଜକର ପଞ୍ଚାୟତ ସ୍ତରୀୟ ଉନ୍ନୟନ କାର୍ଯ୍ୟ  ସମୀକ୍ଷା ବୈଠକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଜକର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର  ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ସୁକାନ୍ତି ପ୍ରଧାନ , ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ଗୈାରବ ସାହୁ , ଏପିଓ ସନ୍ତୋଷ କୁମାର ସାହୁ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଟୁନା ରଣା , ସ୍ଥାନୀୟ ସରପଞ୍ଚ ରଶ୍ମୀତା କୁମାରୀ ପ୍ରଧାନ , ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ , ସମିତି ସଭ୍ୟା କାମିନୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ । ଏହି ଅବସରରେ ପଞ୍ଚାୟତରେ ରହିଥିବା ଏମ୍ ଜି ଏନ୍ ଆର୍ ଜିଏସ୍ କାର୍ଯ୍ୟରେ ଜବକାର୍ଡ ଧାରୀଙ୍କୁ କିପରି ୧୦୦ ଦିନର କାମ ଦିଆଯାଇପାରିବ ସେ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ସେହିପରି ସ୍ବାସ୍ଥ୍ୟ ସେବା , ପାନୀୟଜଳ , ଷ୍ଟ୍ରିଟ ଲାଇଟ୍ , ଆଦର୍ଶ ପୋଖରୀ , ମୋ ବଗିଚା , ଶିକ୍ଷାବ୍ୟବସ୍ଥା , ରାସ୍ତା ନିର୍ମାଣ , ଆଦର୍ଶ ପୋଖରୀ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ତ୍ବରାନ୍ବିତ କରାଯିବା ସହ  ପଞ୍ଚାୟତ ବାସୀ କିଭଳି ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକରୁ ଉପକୃତ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗର କର୍ମକର୍ତ୍ତା ନିଜ ନିଜ ବିଭାଗର ସମସ୍ୟା ବିଷୟରେ ବିଡ଼ିଓ ଙ୍କୁ  ଜଣାଇଥିଲେ ।  ଆଗାମୀ ୫ ବର୍ଷ ନିମନ୍ତେ ପଞ୍ଚାୟତର ବିକାଶ ପାଇଁ ଏକ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇ ପଞ୍ଚାୟତକୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ କିଭଳି ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ବୈଠକରେ କାର୍ଯ୍ୟଖସଡ଼ା ଅନୁମୋଦନ କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ପ୍ରତିନିଧି ତ୍ରିପତୀ ପ୍ରଧାନ , ଜକର ପ୍ରାଥମିକ ସେବା ସମବାୟ ସମିତି ସଭାପତି ରାମେଶ୍ବର ପାଣିଗ୍ରାହୀ , ନାଏବ ସରପଞ୍ଚ ରୁନୁ ପ୍ରଧାନ , ମନୋଜ ପ୍ରଧାନ , କୃଷ୍ଣଚନ୍ଦ୍ର ପ୍ରଧାନ , ପୁରୁଷୋତ୍ତମ ପ୍ରଧାନ , ନରସିଂହ ପ୍ରଧାନ , ସୁକାନ୍ତ ପାଣିଗ୍ରାହୀ , ଅଶୋକ ବାଡତ୍ଯା , ସୁନୀଲ ଗୈାଡ , ପବିତ୍ର ମହାରଣା  , ଜଗନ୍ନାଥ ପ୍ରଧାନ , ବାରିକ ପ୍ରଧାନ , ଲକ୍ଷ୍ମୀ ନାରାୟଣ ପାଢ଼ୀ , ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର , ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ  , ଯୁବଗୋଷ୍ଠୀ ସଦସ୍ୟ ଏବଂ ପଞ୍ଚାୟତ ର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ