ଅଟୋ ଡ଼୍ରାଇଭରଙ୍କ ମହାନତା ସ୍କୁଲ ଛୁଆଙ୍କ ସୁନା ଲକେଟ ଫେରାଇଲେ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ରାଇରଙ୍ଗପୁର ପୌରାଞ୍ଚଳ ଗଢ ଗ୍ରାମର ଜଣେ ଦିଲିପ ମଲ୍ଲିକ ନାମକ ପେଶାରେ ଜଣେ ଅଟୋ ଡ୍ରାଇଭର ଜଣେ କେନ୍ଦ୍ରୀୟ ବିଦ୍ଯାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ରୁଦ୍ରାକ୍ଷୀ ରାଉତଙ୍କ ହଜିଥିବା ସାଈ ବାବାଙ୍କ ଫଟୋଥିବା ସୁନା ଲକେଟ ଫେରାଇ ମହତ ପଣିଆ ଦେଖାଇଛନ୍ତି । ସୂଚନାଯୋଗ୍ୟ ଦିଲିପ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ରେ କୁନି କୁନି ପିଲାମାନଙ୍କୁ ନେଇ ନବା ଆଣିବା କରନ୍ତି । ମଙ୍ଗଳବାର ଦିନ ଗଢ ଗ୍ରାମର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅଟୋରେ ନେବା ସମୟରେ ରୁଦ୍ରାକ୍ଷୀର ବେକରେ ପଡ଼ିଥିବା ସୁନା ଲକେଟଟି ଖସି ପଡିଥିଲା ।ପରେ ସ୍କୁଲରୁ ଫେରି ପିଲାଟିର ମା ଦେଖନ୍ତି ଝିଅର ବେକରେ ଲକେଟ୍ ଟି ‌ନାହିଁ ।ସେ ବହୁତ ଖୋଜାଖୋଜି କରି ନ ପାଇବାରୁ ପରେ ଅଟୋ ଡ୍ରାଇଭର ଦୀପକକୁକୁ ଫୋନ କଲେ ।ଅଟୋ ଡ୍ରାଇଭର ଦୀପକ ବହୁତ ଖୋଜାଖୋଜି କଲାପରେ ଅଟୋର ଏକ କୋଣରୁ ତଳେ ଲକେଟ ଟି ପାଇ ପିଲାଟିର ମା’କୁ ଖବର ଦେଇଥିଲେ । ବୁଧବାର ଦିନ ସକାଳେ ସେ ଗଢ ଗ୍ରାମରେ ଭଡ଼ାରେ ରହୁଥିବା ପିଲାଟିର ମା ମହେଶ୍ଵେତା ରାଉତ’ଙ୍କ ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ ବିଶ୍ବାଳ ଏବଂ ମନୋରଞ୍ଜନ ତିରିଆଙ୍କ ସମ୍ମୁଖରେ ଲକେଟଟି କୁ ଫେରାଇ ଦେଇଥିଲେ ‌ ।ଦୀପକ କହିଥିଲେ ଯାହାର ଜିନିଷ ସେହିଁ ‌ପାଇବା ଦରକାର । ପର ଅର୍ଜିତ ଧନ ଉପରେ ଲୋଭ କରିବା କାହାର ଉଚିତ ଉଚିତ ନୁହେଁ ।ଭଗବାନ ମୋତେ ଯେତିକି ଦେଇଛନ୍ତି ସେତିକିରେ ମୁଁ ଖୁସି । ଗରୀବି ହୋଇଥିଲେ ମଧ୍ୟ ଦୀପକଙ୍କ ହୃଦୟ ମହାନ ।ସମାଜରେ ଏବେ ବି ମଣିଷ ପଣିଆ ବଂଚି ରହିଛି ଯାହାକି ଦିଲିପ ଭଳି ଅଟୋଭାଇ ଜଣେ ପ୍ରମାଣିତ କରି ଦେଖାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ