ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ବିରୋଧରେ ସାମ୍ବାଦିକଙ୍କ କଳା ବ୍ୟାଚ ପିନ୍ଧି ନିରବ ପ୍ରତିବାଦ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ୨ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାର ଶତାଧିକ ସାମ୍ବାଦିକ କଳା ବ୍ୟାଚ ପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ କରିଛନ୍ତି । ସୂଚନା ଅନୁଯାୟୀ ଦୁଇଟି ଘରୋଇ ଚ୍ୟାନେଲର ପ୍ରତିନିଧି ରାଧାକାନ୍ତ ମହାନ୍ତି ଓ ପ୍ରଶାନ୍ତ କୁମାର ନାୟକ ଏକ ଖବର ସଙ୍କ୍ରାନ୍ତରେ ପ୍ରତିକ୍ରୀୟା ଆଣିବା ପାଇଁ ଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ଋତୁରାଜ ପୂର୍ବ ପ୍ରସାରିତ ଅନ୍ୟ ଏକ ଖବରକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତମେମାନେ କାମଳ ସାମ୍ବାଦିକତା କରୁଛ ବୋଲି ଆକ୍ଷେପ କରିଥିବା ସାମ୍ବାଦିକ ଦ୍ୱୟ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ତୁମକୁ ଜେଲ ପଠାଇ ଦେବି ବୋଲି ମଧ୍ୟ ଜିଲ୍ଲାପାଳ ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହାବ୍ୟତିତ ନିକଟରେ କନିକାର ବରିଷ୍ଠ ସାମ୍ବାଦିକ ଶିବରାମ ଦାସଙ୍କୁ ମଧ୍ୟ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅବସରରେ ଉଭୟ ଘଟଣାକୁ ଜିଲ୍ଲାର ସାମ୍ବାଦିକମାନେ ତୀବ୍ର ନିନ୍ଦା କରିଥିଲେ । ଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଏଭଳି ଦୁର୍ବ୍ୟବହାର ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ରାଜ୍ୟ ୫-ଟି ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ସାମ୍ବାଦିକମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାରର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଶତାଧିକ ସାମ୍ବାଦିକ ଏକାଠି ହୋଇ କଳା ବ୍ୟାଚ ପରିଧାନ ପୂର୍ବକ ନିରବ ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ମାତୃଦତ୍ତ ମହାନ୍ତି, ଜୀବନ କୁମାର ସିଂ, ରବିନାରାୟଣ ପତି, ଜଗନ୍ନାଥ ଧଳ, ପରେଶ ଦାସ, ମନୋଜ କୁମାର ସ୍ୱାଇଁ, ରାଜେଶ ବେହେରା, ପ୍ରଭାତ ଲେଙ୍କା, ବିରେନ ଦାସ, ପ୍ରଶାନ୍ତ ନାୟକ, ରାଧାକାନ୍ତ ମହାନ୍ତି, ଦେବଦତ୍ତ ଦାଶ, ରବିନ ଦାଶ, ପ୍ରଭାତ ପରିଡା, ସନ୍ତୋଷ ପଣ୍ଡା, ଜଗଦିଶ ପତି, ନୟନମଣୀ ସାମଲ, କୈଳାସ ସାହୁ, ଲକ୍ଷ୍ମୀକାନ୍ତ ନାୟକ, ପ୍ରସନ୍ନ ଧଳ, ଦିଲ୍ଲିପ ମହାନ୍ତି, ମହେଶ ପାଢି, ବଳରାମ ବେହେରା, ହରେକୃଷ୍ଣ ବେହେରା, ରାକେଶ ଲେଙ୍କା, ରଞ୍ଜନ କୁମାର ସାହୁ, କବିତା ପ୍ରଧାନ, ବାସନ୍ତୀ ମହାପାତ୍ର, ନମିତା ନାୟକ, ରଞ୍ଜନ ପଟ୍ଟନାୟକ, ସତ୍ୟଜିତ ତ୍ରିପାଠୀ, ଅଲେଖ ନାୟକ, ରାକେଶ କୁମାର ମହାନ୍ତି, ଭାବଗ୍ରାହୀ ବେହୁରା, ଅନିରୁଦ୍ଧ ଦାସ, କୁଳମଣି ଲେଙ୍କା ପ୍ରମୁଖ ଯୋଗଦେଇ କଳା ବ୍ୟାଚ ପରିଧାନ ପୂର୍ବକ ନିରବ ପ୍ରତିବାଦ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ