କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଲୟର ଭାଷା ଭବନ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ପ୍ରାଧ୍ୟାପକ ପ୍ରମୋଦ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ଦେବେନ୍ଦ୍ରନାଥ ଗୋଛାୟତ ସ୍ୱେଛାସେବୀମାନଙ୍କୁ ସେବାର ପରିଭାଷା ସମ୍ପର୍କରେ ବୁଝାଇଥିଲେ । ମେଜର ମନୋରଞ୍ଜନ ମହାନ୍ତି ଜାତୀୟ ସେବା ସଂସ୍ଥାର ମଟୋ “ନଟ ମିଇ ବଟ ୟୁ”ର ପରିଭାଷା ଉପରେ ସ୍ୱେଛାସେବୀମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରତ୍ନମଞ୍ଜରୀ ଦାସ, ପ୍ରଫେସର ଜ୍ଞାନେନ୍ଦ୍ର ଦାଶ, ରଞ୍ଜିତ କୁମାର ଦାସ, ନିରୁପମା ପାଣି, ନିହାରିକା ମୁଦୁଲି ପ୍ରମୁଖ ଯୋଗଦେଇ ଜାତୀୟ ସେବା ସଂସ୍ଥାର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ପ୍ରଫେସର ସେକ ହବିବ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯିବା ସହ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା ।