କୁକୁଡ଼ା ଚାଷୀ ସଂଘର ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରଘୁନାଥପୁର ଠାରେ କୁକୁଡ଼ା ଚାଷୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା କୁକୁଡ଼ା ମାଲିକ ସଂଘର ସଭାପତି ନିଳମଣି ଶୁକ୍ଳା, ସମ୍ପାଦକ ବିଜୟାନନ୍ଦ ଦାସ ଯୋଗଦେଇ କୁକୁଡା ଚାଷକୁ ଜୀବିକା ଭାବେ ଗ୍ରହଣ କରିଥିବା ଲୋକମାନେ କୁକୁଡ଼ା କମ୍ପାନୀମାନଙ୍କ ଶୋଷଣର ଶୀକାର ହେଉଥିବା କହିଥିଲେ । ଜିଲ୍ଲା କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଚଳିତ ମାସ ୯ ତାରିଖରେ ଜିଲାପାଳ ଏବଂ କୁକୁଡ଼ା କମ୍ପାନୀର ମ୍ୟାନେଜରଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସୂଚନା ଦେଇଥିଲେ । ବୈଠକରେ କୁକୁଡ଼ା ଚାଷୀମାନଙ୍କୁ ପଞ୍ଜିକରଣ କରିବା, କମ୍ପାନୀମାନେ ଚାଷୀମାନଙ୍କୁ ଏମ୍‌ଏସ୍‌ପି ୬ ଟଙ୍କା ଦେବା, ଗ୍ରୋଇଙ୍ଗ୍ ଚାର୍ଜ ସର୍ବନିମ୍ନ ୧୨ରୁ ୧୪ ଟଙ୍କା କରିବା, ସେଲିଂ ବୋନସ୍ ୫୦ପ୍ରତିଶତ ସାଙ୍ଗକୁ ଉନ୍ନତ ମାନର ଦାନା ଓ ଚିଆଁ ଯୋଗାଇ ଦିଆନଯିବା ପର୍ଯ୍ୟନ୍ତ ଚାଷୀମାନେ କମ୍ପାନୀମାନଙ୍କୁ ଅସହଯୋଗ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସଂଯୋଜକ ଅଶୋକ କୁମାର ଖୁଣ୍ଟିଆ, ହରି ଅର୍ଜ୍ଜୁନ ପଣ୍ଡା, ମଙ୍ଗରାଜ ସେଠୀ, ଦିଲ୍ଲୀପ ଦାସଙ୍କ ସମେତ ଶତାଧିକ କୁକୁଡ଼ା ଫାର୍ମ ମାଲିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ