ଛତ୍ରପୁର ବ୍ଲକସ୍ତରୀୟ ମେଗା ସମନ୍ୱୟ ମେଳା
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁବେଳେ ପ୍ରଚେଷ୍ଟା କରିଥାନ୍ତି। ଏହି ଅବସରରେ ଛତ୍ରପୁର ବ୍ଲକ ପରିସରରେ ଥିବା ବୈଠକ ଗୃହରେ ଆୟୋଜିତ ଓଡ଼ିଶା ଜୀବିକା ମିଶନ ଓ ମିଶନ୍ ଶକ୍ତି ଆନୁକୁଲ୍ୟରେ ଏକ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଛି l ଏହାକୁ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ସମ୍ନାନୀତି ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ଭି. କୀର୍ତ୍ତୀଭାଷନ୍ ଯୋଗଦେବା ସହ ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା ଉପସ୍ଥିତ ରହି ଛତ୍ରପୁର ବ୍ଲକର ୬୯୧ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ମୋଟ ୨୦ କୋଟି ୧୩ ଲକ୍ଷ ୧୫ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ର ସହାୟତା ରେ ୠଣ ପ୍ରଦାନ କରିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟ କହିଥିଲେ ଏହି କାର୍ଯ୍ୟକ୍ରମ ଯାହା ହେଉଛି ତାହା ଆପଣଙ୍କ ପରିଶ୍ରମର ଫଳ l ଆଗକୁ ଆହୁରି ଏହାକୁ ବୃଦ୍ଧି କରିବା ସହ ମାର୍କକେଟିଂ ର ସୁବିଧା ସଂଗେ ଉତ୍ତମ ମାନର ଜିନିଷ ଆମଦାନୀ କରି ମାର୍କେଟ ରେ ଚାହିଦା ବଢ଼ାଯିବ l କାର୍ଯ୍ୟକ୍ରମକୁ ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା ପରିଚାଳନା କରିଥିଲେ l ସଭା ଶେଷରେ ଅତିଥି ,ବ୍ୟାଙ୍କ ଅଧିକାରୀ ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେଓଡିଶା ଜୀବିକା ମିଶନ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବୀନ ଚନ୍ଦ୍ର ସେନାପତି,ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ୱତ କୁମାର ସାହୁ ,ଓଡିଶା ଜୀବିକା ମିଶନ ର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା, ବିପିସି ସନାତନ ସାହୁ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସମେତ ସମସ୍ତ ଏମବିକେ ,ସିଆରପି, ବ୍ୟାଙ୍କମିତ୍ର , ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।