ରାଜ୍ୟସ୍ତରୀୟ କୌଶଳ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଯାତ୍ରୀନିବାସ ଠାରେ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରମାନଙ୍କର କୌଶଳ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟର ୧୫ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୩୦ ଜଣ ଗୋଷ୍ଠୀ ବେତାର ସାମ୍ବାଦିକ ଯୋଗ ଦେଇଥିଲେ । ୟୁନିସେଫ ସହାୟତାରେ ସାମାଜିକ ସଂଗଠନ ୟଙ୍ଗଇଣ୍ଡିଆ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହିତ ଗୋଷ୍ଠୀ ବେତାର ସାମ୍ବାଦିକମାନେ ଗୋଷ୍ଠୀର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି କହିଥିଲେ । ୟୁନିସେଫ୍ର ଯୋଗାଯୋଗ ପରାମର୍ଶଦାତା ଚକ୍ରଧର ସାହୁ ଏବଂ ବିପୁଲ ମ଼ାଲବିୟ, ବରିଷ୍ଠ ବେତାର ପ୍ରସାରକ ଅଶୋକ କୁମାର ପାଣିଗ୍ରାହୀ, ଡା. ବିଦୁଭୂଷଣ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ରାଜ୍ୟ ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍.ଏ.ସଫିକ୍,ଜାତୀୟ ଗୋଷ୍ଠୀ ବେତାର ମହାସଂଘର ଉପସଭାପତି ଡ.ଶିଶିର କୁମାର ଦାଶ, ୟଙ୍ଗଇଣ୍ଡିଆର ସଭାପତି ଏନ୍.ଏ.ଶାହଃ ଅନ୍ସାରୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଗୋଷ୍ଠୀ ବେତାରର ଆବଶ୍ୟକତା ଓ ଯୁବ ଗୋଷ୍ଠୀର ଭୁମିକା ସଂପର୍କରେ ମତବ୍ୟକ୍ତ କରିଥିଲେ ।ଏନ୍.ଏ.ଶାହଃ ଅନ୍ସାରୀ ଏହି କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍. ଏ. ସଫିକ, ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାକୁ ୟଙ୍ଗଇଣ୍ଡିଆର ସଂଯୋଜକ ଅନ୍ଦାଜ ଆରନ, ଶିକ୍ଷାବିତ ପ୍ରତାପ ରାଉତ, ରୋଜାଲିନ ପ୍ରଧାନ,ଏସ୍.କାଜଲ, ଅନୁପ ସାହୁ,ଜ୍ଞାନରଞ୍ଜନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ।


