ସୂର୍ଯ୍ୟ ମନ୍ଦିରରେ ଫଟୋ ଉତ୍ତୋଳନ କରିବେ ୧୫୪ଜଣ ଫଟୋଗ୍ରାଫର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘ ୩୮ବର୍ଷ ଧରି ଫଟୋ ଉତ୍ତୋଳନ କରି ଜୀବିକା ନିର୍ବାହ କରୁଥିବା ସୂର୍ଯ୍ୟମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ୧୫୪ ଜଣଙ୍କ ମନ୍ଦିର ପ୍ରବେଶ ଉପରେ ଏଏସଆଇ କର୍ତୃପକ୍ଷଙ୍କ ନିଷେଧାଦେଶ ଉପରେ ମାନ୍ୟବର ଉଚ୍ଚନ୍ୟାୟାଳୟ ସ୍ଥଗିତାଦେଶ ଜାରି କରି ଫଟୋ ଉତ୍ତୋଳନ କରିବା ନେଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଖବରରୁ ପ୍ରକାଶ ଯେ ୧୯୮୪ ମସିହା ଠାରୁ ସୂର୍ଯ୍ୟମନ୍ଦିର ପରିସରରେ ଫଟୋ ଉତ୍ତୋଳନ କରି ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ୧୫୪ ଜଣ ଫଟୋଗ୍ରାଫର ଜୀବିକା ନିର୍ବାହ କରି ଆସୁଛନ୍ତି। ମାତ୍ର ୨୦୦୭ ମସିହାରେ ଭାରତ ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ମାଧ୍ୟମରେ ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ୧୫୪ ଜଣ ଫଟୋଗ୍ରାଫର ମାନଙ୍କୁ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦତ୍ତ ପରିଚୟ ପତ୍ର ଆଧାରରେ ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉତ୍ତୋଳନ କରି ଜୀବିକା ନିର୍ବାହ କରିବା ନିମନ୍ତେ ଲାଇସେନ୍ସ ପ୍ରଦାନ ନିମନ୍ତେ ଦରଖାସ୍ତ ଆହ୍ଵାନ କରିଥିଲେ। ଏହି ଦରଖାସ୍ତକାରୀଙ୍କୁ କୌଣସି ନ୍ୟାୟ ପ୍ରଦାନ ନ କରି ଏଏସଆଇ କର୍ତୃପକ୍ଷ ୨୦୧୭ ମସିହାରେ ପୁନଃ ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉତ୍ତୋଳନ କରିବା ପାଇଁ ଫଟୋ ଗ୍ରାଫର ମାନଙ୍କ ଯୋଗ୍ୟତା ଦଶମ ଶ୍ରେଣୀ ପାଶ କରିଥିବା ଆବଶ୍ୟକ ବୋଲି ବିଜ୍ଞପ୍ତି ଜାରି କରିଥିଲେ। ଏହି ନିର୍ଦ୍ଦେଶନାମାକୁ ବାତିଲ କରିବା ସହ ୨୦୦୭ ଆଧାରରେ ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋଗ୍ରାଫର ଆସୋସିଏସନର ୧୫୪ ଜଣ ଫଟୋଗ୍ରାଫର ମାନଙ୍କୁ ଫଟୋ ଉତ୍ତୋଳନ କରିବା ପାଇଁ ଲାଇସେନ୍ସ ପ୍ରଦାନ ନିମନ୍ତେ ଗତ ଜୁନ ମାସ ୨୬ ତାରିଖରେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଧାରଣା ଶାନ୍ତିପୂର୍ଣ୍ଣ ଭାବେ ଦୀର୍ଘ ୮୫ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ୧୫୪ ଜଣ ଫଟୋଗ୍ରାଫର ମାନଙ୍କ ଫଟୋ ଉତ୍ତୋଳନ ଉପରେ ଏଏସଆଇ କର୍ତୃପକ୍ଷଙ୍କ ନିଷେଧାଦେଶ ଜାରି କରିଥିବାରୁ ଜୀବନ ଜୀବିକା ବ୍ଯାହାତ ସୃଷ୍ଟି ହୋଇଥିଲା। ଏ ନେଇ ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ସଭାପତି ଅଶୋକ କୁମାର ସ୍ଵାଇଁ ଓ ସଦସ୍ୟ ମାନଙ୍କ ଦ୍ଵାରା ମାନ୍ୟବର ଉଚ୍ଚନ୍ୟାୟାଳୟରେ ଜୀବନ ଜୀବିକା ସୁରକ୍ଷା ନିମନ୍ତେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଏହି ଅଭିଯୋଗକୁ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ବିଚାର ପାଇଁ ଗ୍ରହଣ କରି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୁରଲୀଧର ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଡବ୍ଲ୍ୟୁ ପିସି କେଶନଂ – ୮୧/୨୨ରେ ମାମଲାର ଶୁଣାଣି କରି ଏଏସଆଇ କର୍ତୃପକ୍ଷଙ୍କ ଦ୍ବାରା ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ୧୫୪ଜଣ ଫଟୋଗ୍ରାଫରଙ୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ନିଷେଧ ଓ ଫଟୋ ଉତ୍ତୋଳନ ନେଇ ଲଗାଇଥିବା ନିଷେଧାଦେଶ ଉପରେ ଅନ୍ଯାଦେଶ ପର୍ଯ୍ୟନ୍ତ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ୨୦୧୭ ଗାଇଡଲାଇନରେ କିଛି ପରିବର୍ତ୍ତନ ଆଣି ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉତ୍ତୋଳନ ନିମନ୍ତେ ରହିଥିବା ଦଶମ ପାଶ ଯୋଗ୍ୟତା ଉପରେ ପୁନଃ ବିଚାର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନ ପକ୍ଷରୁ ଆଇନଜୀବୀ ସୁବିର ପାଲିତ ମୋକଦ୍ଦମା ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର କର୍ମକର୍ତ୍ତା ମାନଙ୍କୁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ପତ୍ର ଅନୁଯାୟୀ ମିଠା ଖୁଆଇ ବିଜେଡି ସାଧାରଣ ସମ୍ପାଦକ ସତ୍ଯବ୍ରତ ପାତ୍ର ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚି ମିଠା ଖୁଆଇ ଧାରଣା ସ୍ଥଳରୁ ଉଠାଇଥିଲେ। ଏହି ସମୟରେ ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ସଭାପତି ଅଶୋକ କୁମାର ସ୍ଵାଇଁ ଓ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ