ତୃତୀୟ ଦିବସରେ ଏନଏସଏସ ସ୍ୱତନ୍ତ୍ର ଶିବିର : କଲେଜ କ୍ୟାମ୍ପସ ସଫେଇ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ରାଷ୍ଟ୍ରୀୟ ସେବା ଯୋଜନା ୟୁନିଟ-୨ ପକ୍ଷରୁ ଆରମ୍ଭ ହୋଇଥିବା ପୂଜା ସ୍ୱତନ୍ତ୍ର ଶିବିରର ତୃତୀୟ ଦିବସରେ ସ୍ବେଚ୍ଛାସେବୀ ବୃନ୍ଦ କଲେଜ କ୍ୟାମ୍ପସ ସଫା କରିଥିଲେ। ତୃତୀୟ ଦିବସ ଶିବିରରେ ଅତିଥି ଭାବେ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ, ଅଧ୍ୟାପକ ଭି.ସନ୍ତୋଷ ରାଜୁ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଲାଇବ୍ରେରିଆନ ରଶ୍ମିତା ମିଶ୍ର ଯୋଗ ଦେଇଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇ ସ୍ୱାଗତ ଭାଷଣ ସହ ତୃତୀୟ ଦିବସ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ସେବା ଏକ ମହତ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରି ସୁସ୍ଥ ସମାଜ ଗଠନ କରିବା ହେଉଛି ସରକାରଙ୍କ ଲକ୍ଷ ବୋଲି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ। ତୃତୀୟ ଦିବସରେ ଏନଏସଏସ-୨ ସ୍ବେଚ୍ଛାସେବୀ ବୃନ୍ଦ ପିପୁଲସ କଲେଜ କ୍ୟାମ୍ପସ ସଫା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ