ପିପୁଲସ କଲେଜରେ ୪ର୍ଥ ଦିନରେ ଏନଏସଏସ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ରାଷ୍ଟ୍ରୀୟ ସେବା ଯୋଜନା ୟୁନିଟ-୨ ପକ୍ଷରୁ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ପୂଜା ସ୍ୱତନ୍ତ୍ର ଶିବିର ଚତୁର୍ଥ ଦିବସରେ ଯୋଗ ଶିକ୍ଷା ଅନୁଷ୍ଠିତ ହୋଇଯାଇଛି। ଏନଏସଏସ ୟୁନିଟ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର କୁମାର ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହେଉଅଛି। ଏହି ସ୍ୱତନ୍ତ୍ର ଶିବିର ଅକ୍ଟୋବର ୯ ତାରିଖ ଦିନ ଉଦଯାପିତ ହେବ। ଚତୁର୍ଥ ଦିବସରେ ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ କୁମାର ସାହୁ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର, ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ନାୟକ, କନିଷ୍ଠ କିରାଣୀ ସମୀର କୁମାର ନାୟକ, ଚିନ୍ମୟ କୁମାର ପଣ୍ଡା, ଚିତ୍ରସେନ ପ୍ରଧାନ ପ୍ରମୁଖ ପ୍ରଥମ ଅଧିବେଶନରେ ଯୋଗଦେଇଥିଲେ। କ୍ରୀଡା ଅଧ୍ୟାପକ ଶ୍ରୀ ପାତ୍ର, ଏନଏସଏସ ୟୁନିଟ-୨ ସ୍ବେଚ୍ଛାସେବୀ ବୃନ୍ଦଙ୍କୁ ଯୋଗ ଶିକ୍ଷା ଦେବା ସହ ଏହାର ଉପକାରିତ ବିଷୟରେ ବୁଝାଇ ଥିଲେ। ସ୍ବେଚ୍ଛାସେବୀମାନେ ସେମାନେ ଶିକ୍ଷାଲାଭ କରିଥିବା ଯୋଗ ବିଭିନ୍ନ ବ୍ୟକ୍ତି ସମୂହଙ୍କୁ ଶିକ୍ଷା ଦାନ କରିବାକୁ ପରାମର୍ଶ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ