ବିଶ୍ୱତାରିଣୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅନୁକୁଲ୍ୟରେ ସ୍ୱତନ୍ତ୍ର ସେବା ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଶ୍ୱତାରିଣୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ସ୍ୱତନ୍ତ୍ର ସେବା ଶିବିର ଆରମ୍ଭ ହୋଇଛି । ଏହି ଶିବିରଟି ୭ଦିନ ଧରି ଚାଲିବାକୁ ଥିବାବେଳେ ଯୋଜନାର କାର୍ଯ୍ୟକ୍ରମ ମାନ ଶାସଙ୍ଗ ଗ୍ରାମରେ କରାଯିବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ସ୍ୱାସ୍ଥ୍ୟ ସଚେତନତା, ସ୍ୱଚ୍ଛତା ସଚେତନତା ଓ ଗ୍ରାମ ସଫେଇ ଭଳି କାର୍ଯ୍ୟକ୍ରମ ମାନ ହାତକୁ ନିଆଯାିଥିବା ପ୍ରେଗ୍ରାମ ଅଫିସର ଭକ୍ତ ଶେଖର ସ୍ୱାଇଁ କହିଛନ୍ତି । ଏହାର ଉଦଘାଟନି ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଝରଣା ବରାଳ, ବେଦମତୀ ନାୟକ, ଅଭିରାମ ସାହୁ, ନିରଞ୍ଜନ ଯେନା, ସୁବାସଚନ୍ଦ୍ର ପାତ୍ର, ସଂଯୁକ୍ତା ଲେଙ୍କା, ମଧୁସୁଦନ ପାଢ଼ୀ, ଦେବେନ୍ଦ୍ର ସା,ମଦନ ମୋହନ ଜେନା ପ୍ରମୁଖ ଉପସ୍ଥିତ ରହି ଜାତୀୟ ସେବା ଯୋଜନାର ଲକ୍ଷ ଓ ଭୁମିକା ଉପରେ ଆଲୋଚନା କରିଥିଲେ । ଏଥିରେ ୫୦ଜଣ ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ